ସୁବର୍ଣ୍ଣପୁର ଜିଲ୍ଲାକୁ ଛୁଇଁଲା କରୋନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 26, 2020

ସୁବର୍ଣ୍ଣପୁର ଜିଲ୍ଲାକୁ ଛୁଇଁଲା କରୋନା

ବିନିକା (ଦିଲୀପ ସାହୁ): ରାଜ୍ୟରେ ଆଉ ୭୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ଜଣେ ସୁବର୍ଣ୍ଣପୁର ଜିଲ୍ଲାର ଅଛନ୍ତି। ଏହା ସହିତ ସୁବର୍ଣ୍ଣପୁର ଜିଲ୍ଲାକୁ ଛୁଇଁଛି କରୋନା।

ଜିଲ୍ଲାର ଡୁଙ୍ଗୁରିପାଲି ବ୍ଲକ୍‌ର ଗଜବନ୍ଦରୁ ପ୍ରଥମ କରୋନା ରୋଗୀ ଚି଼ହ୍ନଟ ହୋଇଛନ୍ତି I ତାଙ୍କ ବୟସ ୨୬। ସେ ମେ’ ୧୭ ତାରିଖରେ ଗୁଜରାଟର ଅହମ୍ମଦାବାଦରୁ ଆସି ଗଜବନ୍ଦ ହାଇସ୍କୁଲରେ ହୋଇଥିବା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରର କ୍ଵାରେଣ୍ଟାଇନ୍‌ ସେଣ୍ଟରରେ ଥିଲେ। ତାଙ୍କ ଠାରେ କୌଣସି  ଲକ୍ଷଣ ଦେଖାଦେଇ ନଥିଲା। ହେଲେ ୧୯ ତାରିଖରେ ତାଙ୍କ ସ୍ୱାବ ନମୂନା ସଂଗ୍ରହ କରି  ଭୁବନେଶ୍ୱର ପଠାଯାଇଥିଲା। ଗତକାଲି ସନ୍ଧ୍ୟାରେ ତାଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିବା ଗଜବନ୍ଦ ସରପଞ୍ଚ ବଲ୍ଲଭ ଖେତୀ କହିଥିଲେ। ଏହାପରେ କ୍ଵାରେଣ୍ଟାଇନ ସେଣ୍ଟରକୁ ସିଲ୍‌ କରି ଦିଆଯାଇଛି।

ଏହି ସେଣ୍ଟରରେ ୩୭ ଜଣ ପ୍ରବାସୀ ଓଡ଼ିଆ ରହୁଛନ୍ତି। ସେମାନଙ୍କ ମଧ୍ୟରୁ ୧୩ ଜଣଙ୍କ ସ୍ୱାବ ନମୂନା ପରୀକ୍ଷା ପାଇଁ ପଠାଯାଇଛି। ତେବେ ଏହି ସେଣ୍ଟରରେ ଜଣେ ପଜିଟିଭ୍‌ ଚିହ୍ନଟ ପରେ ଆଜି ସକାଳେ ଏଠାରେ ଏସ ରାମପୁର ପୁଲିସ୍‌, ଡୁଙ୍ଗୁରିପାଲି ମେଡିକାଲ ଟିମ୍‌,ଏସ୍‌ ରାମପୁର ତହସିଲଦାର, ସରପଞ୍ଚ, ଅଙ୍ଗନବାଡ଼ି କର୍ମୀ ଓ ଆଶାକର୍ମୀ ଆସି ପହଞ୍ଚିଥିଲେ। ଅନ୍ୟପକ୍ଷରେ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କୁ କୋଭିଡ୍ ହସ୍‌ପିଟାଲ୍‌କୁ ପଠାଇ ଦିଆଯାଇଛି।

ସୂଚନାଯୋଗ୍ୟ, ରାଜ୍ୟରେ ଏଯାବତ୍ ୧୫୧୭ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୬୪୯ ଜଣ ସୁସ୍ଥ ହୋଇସାରିଥିବା ବେଳେ ୭ ଜଣଙ୍କ ମୃତ୍ୟୁ ଘଟିଛି। ବାକି ୮୬୧ ଜଣ ଚିକିତ୍ସାଧୀନ ଅଛନ୍ତି।



from Odisha Reporter https://ift.tt/2XquAXk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages