୩୦ରୁ ୨୯ ଜିଲ୍ଲାକୁ ଛୁଇଁଲା କରୋନା, କେଉଁ ଜିଲ୍ଲାରେ କେତେ ଜାଣି ନିଅନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 26, 2020

୩୦ରୁ ୨୯ ଜିଲ୍ଲାକୁ ଛୁଇଁଲା କରୋନା, କେଉଁ ଜିଲ୍ଲାରେ କେତେ ଜାଣି ନିଅନ୍ତୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସୋନପୁର ଜିଲ୍ଲାରେ ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହା ସହିତ ଏହି ଜିଲ୍ଲାରେ ପ୍ରଥମ ଥର ପାଇଁ କରୋନା ପ୍ରବେଶ କରିଛି। ସେହିପରି ରାଜ୍ୟର ୩୦ଟି ଜିଲ୍ଲାରୁ ୨୯ଟିରେ କରୋନା ପ୍ରବେଶ କରିଛି। ଏବେ କେବଳ ରାୟଗଡ଼ା ଜିଲ୍ଲା ବାକି ରହିଛି।

ରାଜ୍ୟରେ ଏଯାବତ୍ ୧୫୧୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୬୪୯ ଜଣ ସୁସ୍ଥ ହୋଇସାରିଲେଣି। ୮୬୧ ଜଣ ଚିକିତ୍ସାଧୀନ ଥିବା ବେଳେ ୭ ଜଣଙ୍କ ମୃତ୍ୟୁ ଘଟିଛି।

ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୩୫୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୪୮ ଜଣ ସୁସ୍ଥ ହୋଇସାରିଲେଣି। ୧୦୭ ଜଣ ଚିକିତ୍ସାଧୀନ ଥିବା ବେଳେ ୩ ଜଣଙ୍କ ମୃତ୍ୟୁ ଘଟିଛି।

ଯାଜପୁରରେ ଆକ୍ରାନ୍ତଙ୍କ ସଂଖ୍ୟା ୨୪୨ରେ ପହଞ୍ଚିଥିବା ବେଳେ ୧୦୩ ଜଣ ସୁସ୍ଥ ହୋଇସାରିଲେଣି। ବାକି ୧୩୯ ଜଣ ଚିକିତ୍ସାଧୀନ ଅଛନ୍ତି। ବାଲେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ୧୩୭ରେ ପହଞ୍ଚିଥିବା ବେଳେ ୯୧ ଜଣ ସୁସ୍ଥ ହୋଇସାରିଲେଣି। ଭଦ୍ରକରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୬ରେ ପହଞ୍ଚିଥିବା ବେଳେ ୪୦ ଜଣ ସୁସ୍ଥ ହୋଇସାରିଲେଣି। ଅନ୍ୟମାନେ ଚିକିତ୍ସାଧୀନ ଅଛନ୍ତି। ଖୋର୍ଦ୍ଧାରେ ଆକ୍ରାନ୍ତଙ୍କ ସଂଖ୍ୟା ୮୬ ହୋଇଥିବା ବେଳେ ୫୧ ଜଣ ସୁସ୍ଥ ହୋଇସାରିଛନ୍ତି। ୩୨ ଜଣ ଚିକିତ୍ସାଧୀନ ଥିବା ବେଳେ ୩ ଜଣଙ୍କ ମୃତ୍ୟୁ ଘଟିଛି।

ଜାଣି ନିଅନ୍ତୁ ଅନ୍ୟ ଜିଲ୍ଲାଗୁଡ଼ିକର ସ୍ଥିତି ସମ୍ପର୍କରେ
ପୁରୀ- ୮୫ (୧୪ ସୁସ୍ଥ, ୭୧ ଚିକିତ୍ସାଧୀନ), କଟକ- ୭୫ (୩ ସୁସ୍ଥ, ୭୧ ଚିକିତ୍ସାଧୀନ), କେନ୍ଦ୍ରାପଡ଼ା- ୬୧ (୨୨ ସୁସ୍ଥ, ୩୯ ଚିକିତ୍ସାଧୀନ), ନୟାଗଡ଼- ୪୮ (୪ ସୁସ୍ଥ, ୪୪ ଚିକିତ୍ସାଧୀନ), ଜଗତସିଂହପୁର- ୪୧ (୫ ସୁସ୍ଥ, ୩୬ ଚିକିତ୍ସାଧୀନ), ବଲାଙ୍ଗିର- ୩୮ (୨ ସୁସ୍ଥ, ୩୬ ଚିକିତ୍ସାଧୀନ), ସୁନ୍ଦରଗଡ଼- ୩୭ (୨୬ ସୁସ୍ଥ, ୧୧ ଚିକିତ୍ସାଧୀନ), ବୌଦ୍ଧ- ୩୩ (୪ ସୁସ୍ଥ, ୨୯ ଚିକିତ୍ସାଧୀନ), ଅନୁଗୋଳ- ୨୫ (୧୫ ସୁସ୍ଥ, ୧୦ ଚିକିତ୍ସାଧୀନ), ଦେବଗଡ଼- ୨୪ (୨ ସୁସ୍ଥ, ୨୨ ଚିକିତ୍ସାଧୀନ), କେନ୍ଦୁଝର- ୨୦ (୪ ସୁସ୍ଥ, ୧୬ ଚିକିତ୍ସାଧୀନ), ମାଲକାନଗିରି- ୧୯ (ସମସ୍ତେ ଚିକିତ୍ସାଧୀନ), କଳାହାଣ୍ଡି- ୧୫ (୨ ସୁସ୍ଥ, ୧୩ ଚିକିତ୍ସାଧୀନ), ମୟୂରଭଞ୍ଜ- ୧୫ (୯ ସୁସ୍ଥ, ୬ ଚିକିତ୍ସାଧୀନ), କନ୍ଧମାଳ- ୧୩ (ସମସ୍ତେ ଚିକିତ୍ସାଧୀନ), ଗଜପତି- ୧୦ (ସମସ୍ତେ ଚିକିତ୍ସାଧୀନ), ଢେଙ୍କାନାଳ- ୭ ( ଜଣେ ସୁସ୍ଥ, ୬ ଚିକିତ୍ସାଧୀନ), କୋରାପୁଟ- ୭ (ଜଣେ ସୁସ୍ଥ, ୬ ଚିକିତ୍ସାଧୀନ), ଝାରସୁଗୁଡ଼ା- ୬ (୨ ସୁସ୍ଥ, ୪ ଚିକିତ୍ସାଧୀନ), ସମ୍ବଲପୁର- ୫ (ସମସ୍ତେ ଚିକିତ୍ସାଧୀନ), ବରଗଡ଼-୧ (ଚିକିତ୍ସାଧୀନ), ନବରଙ୍ଗପୁର- ୧ (ଚିକିତ୍ସାଧୀନ), ନୂଆପଡ଼ା- ୧ (ଚିକିତ୍ସାଧୀନ)।



from Odisha Reporter https://ift.tt/36u8OWR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages