ମୃତ୍ୟୁ ଶଯ୍ୟାରେ ମା’, ଫେରିପାରୁନି ପୁଅ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 26, 2020

ମୃତ୍ୟୁ ଶଯ୍ୟାରେ ମା’, ଫେରିପାରୁନି ପୁଅ

ଆଳି(ବନମାଳି ସାହୁ):ମେଡିକାଲ ବେଡ୍‌ରେ ଯନ୍ତ୍ରଣାରେ ଛଟପଟ ହେଉଛି ମା’। ମୃତ୍ୟୁ ଶଯ୍ୟାରେ ପଡ଼ିଥିବା ମା’ର ଆଖି ଖାଲି ପୁଅକୁ ଖୋଜୁଥିବା ବେଳେ ପୁଅ ବି ମା’ ପାଖକୁ ଆସି ନ ପାରି ଲୁହ ଗଡ଼ାଉଛି।  କାମ କରିବାକୁ ସୁଦୂର ଦୁବାଇ ଯାଇ ଫସିଥିବା ପୁଅ  ମା’କୁ ଦେଖିବାକୁ ଡହଳବିକଳ ହେଉଛି। କିନ୍ତୁ ପାଖରେ ଅର୍ଥ ନ ଥିବାରୁ ଘରକୁ ଫେରି ପାରୁନି।

ଏପରି ଦୁଃଖଦ ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ଆଳି  ବ୍ଲକ ଧାନମଣ୍ଡଳ ଗାଁରେ ଦେଖିବାକୁ ମିଳିଛି।  ସବୁଆଡ଼ୁ ନିରାଶ ହେବା  ପରେ ଦୁବାଇରେ ଫସି ରହିଥିବା ମନୋଜ ସାହୁ ଏକ ଭିଡିଓ ମାଧ୍ୟମରେ  ସାହାଯ୍ୟ ନିମନ୍ତେ କେନ୍ଦ୍ରାପଡ଼ାର ପୂର୍ବତନ ଏମ୍‌ପି ବୈଜୟନ୍ତ ପଣ୍ଡାଙ୍କୁ ଆକୁଳ ନିବେଦନ କରିଛନ୍ତି।

ମନୋଜ ପେଟ ପୋଷିବା ପାଇଁ ୯ ମାସ ତଳେ ଦରିଆପାରି ଦୁବାଇ ଯାଇଥିଲେ ।  ସେଠାରେ ପହଞ୍ଚିବା ପରେ ମା’ ହେମଲତା ଦୁରାରୋଗ୍ୟ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିବା ଜାଣିବାକୁ ପାଇଲେ । ଏହାପରେ ମା’ଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ସେ ବହନ କଲେ ।  ଯାହା ବି ପଇସା ପାଇଲେ, ମା’ର ଚିକିତ୍ସା ନିମନ୍ତେ ଘରକୁ ପଠାଇଲେ।

କିନ୍ତୁ ଗତ ୨ ମାସ ହେଲା କରୋନା, ଲକଡାଉନ୍‌ର ଦୁରବସ୍ଥା ଓ ଅର୍ଥାଭାବ ଯୋଗୁଁ ଦରିଆପାରି ଦୁବାଇରୁ ମା’ର ଶେଷଇଚ୍ଛା ପୂରଣ କରିବାକୁ ସେ ଆସି ପାରୁ ନାହାନ୍ତି। ସବୁ ଆଡ଼େ କାମଧନ୍ଦା ବନ୍ଦ ଥିବା ବେଳେ ମନୋଜଙ୍କ ରୋଜଗାର ମଧ୍ୟ ଠପ୍ ହୋଇଯାଇଛି। ନିଜ ପାଖରେ ଖାଇବାକୁ ଟଙ୍କା ନ ଥିବା ବେଳେ କିପରି ଘରକୁ ଫେରିବେ ସେ ଚିନ୍ତା ତାଙ୍କୁ ଘାରିଛି।

ଏପଟେ ମା’ଙ୍କ ଚିକିତ୍ସା ପାଇଁ ଘରର ଆସବାବ ପତ୍ର ବିକିବା ସହିତ ଧାରକରଜରେ ବୁଡିଲେଣି ପରିବାର। କିନ୍ତୁ ରୋଗ କମିବା ପରିବର୍ତ୍ତେ ବଢି ବଢି ଚାଲିଛି। ଗତ ପ୍ରାୟ ଏକ ମାସ ହେବ ହେମଲତାଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇପଡ଼ିଛି। ମୃତ୍ୟୁ ଶଯ୍ୟାରେ ପଡ଼ିଥିବା ହେମଲତା କିନ୍ତୁ ସବୁ ମୁହୁର୍ତ୍ତରେ ପୁଅର ଫେରିବା ବାଟକୁ ଚାହିଁ ରହିଛନ୍ତି। ଏହା ଶୁଣି ପୁଅ ମନ ବି ଥୟ ଧରୁନି। କିପରି ଦୁବାଇରୁ ଆସି ମା’ ନିକଟରେ ପହଞ୍ଚିବ କିଛି ବୁଦ୍ଧି ବାଟ ଦିଶୁନି।

ହେଲେ ଦୁବାଇରୁ  ଆସିବା ପାଇଁ ମନୋଜଙ୍କ ପାଖରେ ଅର୍ଥ ନାହିଁ। ଦୁଇମାସ ହେଲା ଲକଡାଉନ୍‌ ଯୋଗୁଁ ପାଖରେ ଯାହା ପଇସା ଥିଲା ଖାଇବା ଖର୍ଚ୍ଚରେ ଗଲାଣି। ଏବେ ମୋ ପାଖରେ ଖାଇବାକୁ ବି ପଇସା ନାହିଁ। ଘରକୁ କେମିତି ଯିବି? ମା’ର ଶେଷ ଇଚ୍ଛା କେମିତି ପୂରଣ କରିବି? ଏକ ଭିଡିଓ ବାର୍ତ୍ତାରେ ଏମିତି ଆକୁଳ କଣ୍ଠରେ ମନୋଜ କହିବା ସହିତ ତାଙ୍କୁ ଓଡିଶାରେ ପହଞ୍ଚାଇବା ନିମନ୍ତେ ସାହାଯ୍ୟ କରିବାକୁ କେନ୍ଦ୍ରାପଡାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଅନୁରୋଧ କରିଛନ୍ତି।



from Odisha Reporter https://ift.tt/2zlRask

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages