ହନ୍ଦଓ୍ୱାରାରେ ୪ ଯବାନ ଶହୀଦ, ୨ ଆତଙ୍କବାଦୀ ନିପାତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, May 2, 2020

ହନ୍ଦଓ୍ୱାରାରେ ୪ ଯବାନ ଶହୀଦ, ୨ ଆତଙ୍କବାଦୀ ନିପାତ

ଶ୍ରୀନଗର: ଜମ୍ମୁ କଶ୍ମୀର କୁପଓ୍ୱାଡା ଜିଲ୍ଲା ହନ୍ଦଓ୍ୱାରାରେ ୪ ଯବାନ ଶହୀଦ ହୋଇଛନ୍ତି। ଆତଙ୍କବାଦୀଙ୍କ ସହ ଏନକାଉଣ୍ଟର ବେଳେ ଏମାନେ ଶହୀଦ ହୋଇଛନ୍ତି। ଶହୀଦଙ୍କ ମଧ୍ୟରେ ୨୧ ରାଷ୍ଟ୍ରୀୟ ରାଇଫଲ ୟୁନିଟର କମାଣ୍ଡର କର୍ଣ୍ଣେଲ ଆଶୁତୋଷ ଶର୍ମା, ଜଣେ ମେଜର ରାଙ୍କର ଅଧିକାରୀ ଏବଂ ଦୁଇ ଜଣ ଯବାନ ରହିଛନ୍ତି। ଏଥିସହ ଜମ୍ମୁ କଶ୍ମୀରର ଜଣେ ପୁଲିସ ଅଧିକାରୀ ମଧ୍ୟ ରହିଛନ୍ତି। ତେବେ ଦୁଇ ଆତଙ୍କବାଦୀ ନିପାତ ହୋଇଛନ୍ତି।

ଏବେ ଉଭୟଙ୍କ ମଧ୍ୟରେ ଗୁଳିବିନିମୟ ବନ୍ଦ ରହିଥିବା ସୂଚନା ରହିଛି। ଆତଙ୍କବାଦୀମାନେ ଯେଉଁ ଘରେ ରହି ସେନା ଉପରେ ଆକ୍ରମଣ କରୁଥିଲେ ସେହି ଘରକୁ ଯାଇଥିଲେ ଏହି ଯବାନମାନେ। ଏହାପରେ ସେମାନଙ୍କର କୌଣସି ଖୋଜ ଖବର ମିଳିନଥିଲା। ସକାଳେ ଯବାନଙ୍କୁ ଖୋଜିବା ପାଇଁ ସେନା ପକ୍ଷରୁ ସର୍ଚ୍ଚ ଅପରେସନ ହୋଇଥିଲା। ଏହାପରେ ନିଖୋଜ ଯବାନଙ୍କ ବାବଦରେ ଅଧିକ ସୂଚନା ମିଳିଥିଲା।

ହନ୍ଦଓ୍ୱାରାରେ ଜନବସତି ରହିଛି। ଆତଙ୍କବାଦୀ ଗୁଳି ବିନିମୟ କରିବା ବେଳେ କୌଣସି ସାଧାରଣ ଲୋକଙ୍କର କ୍ଷତି ନହେଉ ବୋଲି ସେନା ପକ୍ଷରୁ ଲକ୍ଷ୍ୟ ରଖାଯାଇଥିଲା। ତେଣୁ ଯେଉଁ ଘରେ ଲୁଚି ରହି ଆତଙ୍କବାଦୀ ଗୁଳି ଚଳାଉଥିଲେ ସେହି ଘରକୁ ଘେରି ଯାଇଥିଲେ ୪ ଯବାନ ଏବଂ ପୁଲିସ ଅଧିକାରୀ। ତେବେ ଆତଙ୍କବାଦୀଙ୍କ ସହୁ ମୁହାଁମୁହିଁ ହେବା ବେଳେ ୪ ଯବାନ ଏବଂ ସଂପୃକ୍ତ ଅଧିକାରୀ ଶହୀଦ ହୋଇଛନ୍ତି। ସେହିପରି ଘରେ ଲୁଚି ରହି ଗୁଳି ଚଳାଉଥିବା ଦୁଇ ଆତଙ୍କବାଦୀ ମଧ୍ୟ ଯବାନଙ୍କ ଏନକାଉଣ୍ଟରରେ ନିପାତ ହୋଇଛନ୍ତି।

ଆତଙ୍କବାଦୀମାନେ ଲୁଚିଥିବା ନେଇ ସୁରକ୍ଷାବଳୟ ଜାଣିବା ପରେ କୁପଓ୍ୱାଡା ଜିଲ୍ଲାରେ ଶୁକ୍ରବାର ପାଖରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ଏହାପରେ ଶନିବାର ଅପରାହ୍ନରେ ଆତଙ୍କବାଦୀ ଓ ସୁରକ୍ଷାବଳୟ ମୁହାଁମୁହିଁ ହୋଇଥିଲେ।

ଅନ୍ୟପଟେ ଦକ୍ଷିଣ କଶ୍ମୀର ସ୍ଥିତ ଦଙ୍ଗରପୁରା ଜିଲ୍ଲାରେ ଆତଙ୍କବାଦୀ ଲୁଚି ରହିଥିବା ନେଇ ସୂଚନା ମିଳିଛି। ଏଥିସହ ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି।



from Odisha Reporter https://ift.tt/2Suz5i5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages