ନୂଆଦିଲ୍ଲୀ: ଦେଶର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଭାବରେ ବଢ଼ିଚାଲିଛି। ମହାରାଷ୍ଟ୍ର ପରେ ଗୁଜରାଟ କରୋନାର ଦ୍ୱିତୀୟ ହଟସ୍ପଟ ପାଲଟିଛି। ଗୁଜରାଟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ ହଜାର ଅତିକ୍ରମ କରିଛି। ମୋଟ୍ ଉପରେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୩୭,୭୭୬ ଟପିଥିବା ବେଳେ ମୃତକଙ୍କ ସଂଖ୍ୟା ୧,୨୨୩ ଅତିକ୍ରମ କରିଛି। ଅନ୍ୟପଟେ ଆରୋଗ୍ୟ ହାର ମଧ୍ୟ ବଢ଼ିଛି। ଏଯାବତ ୧୦, ୦୧୮ ଜଣ ହସ୍ପିଟାଲରୁ ଡିସଚାର୍ଜ ହୋଇଥିବା ସୂଚନା ରହିଛି।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଆଜି ସକାଳେ କହିଛି ଯେ, ବିଗତ ୨୪ ଘଣ୍ଟା ମଧ୍ୟରେ କରୋନାରେ ୭୧ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨,୪୧୧ ଜଣ ନୂଆ ସଂକ୍ରମିତ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ମହାରାଷ୍ଟ୍ରର ୨୬, ଗୁଜରାଟର ୨୨, ମଧ୍ୟପ୍ରଦେଶର ୮, ରାଜସ୍ଥାନର ୪, କର୍ଣ୍ଣାଟକର ୩, ଦିଲ୍ଲୀ ଏବଂ ଉତ୍ତର ପ୍ରଦେଶର ୨ ଜଣେ ଲେଖାଏଁ, ବିହାର, ହରିଆଣା, ପଞ୍ଜାବ ଏବଂ ତାମିଲନାଡୁର ଜଣେ ଲେଖାଏଁ ଆକ୍ରାନ୍ତ ରହିଛନ୍ତି ବୋଲି ଜଣାପଡ଼ିଛି।
ମହାରାଷ୍ଟ୍ରରେ ସର୍ବାଧିକ ୫୨୧ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଗୁଜରାଟରେ ୨୬୨, ଦିଲ୍ଲୀରେ ୬୪, ମଧ୍ୟପ୍ରଦେଶରେ ୧୫୧, ରାଜସ୍ଥାନରେ ୬୮, ତାମିଲନାଡୁରେ ୨୯, ଉତ୍ତର ପ୍ରଦେଶରେ ୪୩, ଆନ୍ଧ୍ରପ୍ରଦେଶରେ ୩୩, ତେଲେଙ୍ଗାନାରେ ୨୯, ପଶ୍ଚିମବଙ୍ଗରେ ୩୩, ପଞ୍ଜାବରେ ୨୦, ଜମ୍ମୁ କଶ୍ମୀରରେ ୮, କର୍ଣ୍ଣାଟକରେ ୨୫, କେରଳରେ ୩, ବିହାରରେ ୪, ହରିଆଣାରେ ୫, ଓଡ଼ିଶା, ଝାଡ଼ଖଣ୍ଡ, ଉତ୍ତରାଖଣ୍ଡ, ଆସାମ, ହିମାଚଳ ପ୍ରଦେଶ, ମେଘାଳୟରେ ଜଣେ ଲେଖାଏଁ ମୃତ୍ୟୁ ବରଣ କରିଛନ୍ତି।
from Odisha Reporter https://ift.tt/3faaSHz
No comments:
Post a Comment