ନୂଆଦିଲ୍ଲୀ: ଚାଇନା ସହ ସୀମା ବିବାଦ ପ୍ରସଙ୍ଗରେ ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କଥା ହୋଇଛି। ଚାଇନା ସହ ବିବାଦକୁ ନେଇ ମୋଦିଙ୍କ ମୁଡ୍ ଭଲ ନଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗଣମାଧ୍ୟମକୁ କହିଥିଲେ। ତେବେ ଟ୍ରମ୍ପଙ୍କ କହିଥିବା କଥାରେ କୌଣସି ସତ୍ୟତା ନାହିଁ ଓ ସେ କୌଣସି ପ୍ରକାରର ମୋଦିଙ୍କ ସହ କଥା ହୋଇ ନଥିବା ବୈଦେଶିକ ମନ୍ତ୍ରଣାଳୟର ଜଣେ ଅଧିକାରୀ କହିଛନ୍ତି।
ଅଧିକାରୀ ଜଣଙ୍କ ନିଜ ନାଁ ଗୋପନ ରଖି କହିଛନ୍ତି, ସୀମା ବିବାଦକୁ ନେଇ ଟ୍ରମ୍ପ ଓ ମୋଦିଙ୍କ ମଧ୍ୟରେ ନିକଟରେ କୌଣସି ପ୍ରକାରର ଆଲୋଚନା ହୋଇନାହିଁ। ଶେଷଥର ପାଇଁ ଦୁଇ ନେତା ହାଇଡ୍ରୋକ୍ସି କ୍ଲୋରୋକୁଇନକୁ ନେଇ କଥା ହୋଇଥିଲେ। ତା’ ପରଠାରୁ କୌଣସି ପ୍ରକାରର ଆଲୋଚନା ହୋଇନାହିଁ।
କରୋନା ମହାମାରୀ ପାଇଁ ଆମେରିକା ଭାରତ ଠାରୁ ହାଇଡ୍ରୋକ୍ସି କ୍ଲୋରୋକୁଇନ ମାଗିଥିଲା। ଏଥିପାଇଁ ୨୦୨୦ ଏପ୍ରିଲ ୪ରେ ଟ୍ରମ୍ପ ଫୋନ ଯୋଗେ ମୋଦିଙ୍କ ସହ କଥା ହୋଇଥିଲେ। ତା’ ପରଠାରୁ ଆଉ କଥାବାର୍ତ୍ତା ହୋଇନାହିଁ ବୋଲି ସେ କହିଛନ୍ତି।
ଟ୍ରମ୍ପ ହ୍ୱାଇଟ ହାଉସରେ ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ ଯେ ଭାରତ ଓ ଚାଇନା ମଧ୍ୟରେ ବଡ଼ ବିବାଦ ଚାଲିଛି। ଏହାକୁ ନେଇ ମୁଁ ମୋଦିଙ୍କ ସହ କଥା ହୋଇଥିଲି। ତେବେ ଚାଇନା ସହ ସୀମା ବିବାଦକୁ ନେଇ ମୋଦିଙ୍କ ମୁଡ୍ ଭଲନାହିଁ।
from Odisha Reporter https://ift.tt/3ddXsJ7
No comments:
Post a Comment