ନଦୀପଠାରୁ ୪ଟି ମଣିଷ ଖପୁରି ଜବତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 28, 2020

ନଦୀପଠାରୁ ୪ଟି ମଣିଷ ଖପୁରି ଜବତ

ଜଗତସିଂହପୁର(ଶଶାଙ୍କ ଶେଖର ପଣ୍ଡା): ନଦୀପଠାରୁ ମିଳିଲା ୪ଟି ମଣିଷ ଖପୁରି। ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ କ୍ରିଷ୍ଣାନନ୍ଦପୁର ନୂଆଗାଁ ନିକଟ ପାଇକା ନଦୀ ପଠାରୁ ଏହି ଖପୁରି ଜବତ ହୋଇଛି। ତେବେ ଗୁଣି ସନ୍ଦେହରେ ଏପରି ହତ୍ୟାକାଣ୍ଡ ହୋଇଥିବା ସନ୍ଦେହ କରି ପୁଲିସ୍‌ ଜଣଙ୍କୁ ଜେରା କରିବା ପରେ ଛାଡ଼ି ଦେଇଥିବା ସୂଚନା ମିଳିଛି।

ସୂଚନା ଅନୁସାରେ, ଗତକାଲି ଅପରାହ୍ଣରେ ପାଇକା ନଦୀ ପଠାରେ ୪ଟି ମଣିଷ ଖପୁରି ପଡ଼ିଥିବା ସ୍ଥାନୀୟ ଲୋକେ ଦେଖି ପୁଲିସ୍‌କୁ ଖବର ଦେଇଥିଲେ।  ଏହାପରେ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚିଥିଲା। ଗୋଟିଏ ଖପୁରି ନଦୀ ପଠା ଉପରେ ପଡ଼ିଥିବା ବେଳେ ଆଉ ତିନୋଟି ଖପୁରୀ ନଦୀ ପାଖାପାଖି ଭାସୁଥିବା ଦେଖିଥିଲେ। ଏହାପରେ ପୁଲିସ୍‌ ୪ଟି ଖୁପରୀକୁ ଜବତ କରିଥିଲା। ଏଥିସହ ମୃତଦେହ ମିଳିବା ଆଶଙ୍କାରେ ପୁଲିସ୍‌ ଖୋଜାଖୋଜି କରିଥିଲା। ହେଲେ କିଛି ପାଇ ନଥିଲା।

ପୁଲିସ୍‌ର କହିବା ଅନୁସାରେ, ଖୁପରି ପଡ଼ିଥିବା ସ୍ଥାନଠାରୁ କିଛି ଦୂରରେ ଏକ କଳସ, ନଡ଼ିଆ ଓ ସିନ୍ଦୁର ଜବତ ହୋଇଛି। ଏହି ଘଟଣା ସମ୍ପର୍କରେ ପୁଲିସ୍‌  କିଛି ଲୋକଙ୍କୁ ପଚରାଉଚରା କରିଥିଲା। ଏଥିସହ ବାହାରୁ ଆସି କ୍ରିଷ୍ଣାନନ୍ଦପୁର ପଞ୍ଚାୟତ ଅଞ୍ଚଳରେ ରହୁଥିବା ଜଣେ ବ୍ୟକ୍ତି ଗୁଣି ଗାରେଡ଼ି କରୁଥିବା ସୂଚନା ପାଇ ପୁଲିସ୍‌ ତାଙ୍କୁ ଥାନାକୁ ଆଣି ପଚରାଉଚରା କରିଥିଲା। ହେଲେ ତାଙ୍କଠାରୁ ସେଭଳି କିଛି ତଥ୍ୟ ନମିଳିବାରୁ ପୁଲିସ୍‌ ତାଙ୍କୁ ତାଗିଦ୍‌ କରି ଛାଡ଼ି ଦେଇଛି। ଏହାସହ ଖୁପରିଗୁଡ଼ିକୁ  ନଦୀ ପଠାରେ ଗାତ ଖୋଳି ପୁଲିସ୍‌ ପୋତି ଦେଇଛି।



from Odisha Reporter https://ift.tt/3cdLNJ5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages