କରୋନା ଭୟରେ ହଜିଗଲା ମାନବିକତା; ଶବ ସତ୍କାର କରୁନାହାନ୍ତି ଗ୍ରାମବାସୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 3, 2020

କରୋନା ଭୟରେ ହଜିଗଲା ମାନବିକତା; ଶବ ସତ୍କାର କରୁନାହାନ୍ତି ଗ୍ରାମବାସୀ

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ଭୟରେ ହଜିଗଲା ମାନବିକତା । କାଲିଠାରୁ ଗାଁରେ ମୃତଦେହ ପଡ଼ି ରହିଥିବା ବେଳେ ସତ୍କାର କରିବାକୁ ଅମଙ୍ଗ ହେଉଛନ୍ତି ଗ୍ରାମବାସୀ । କରୋନା ସଂକ୍ରମଣ ଭୟରେ ଗାଁଲୋକେ ଶବ ସତ୍କାର ପାଇଁ ଆସୁନଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଜାମୁଝାଡି ପଞ୍ଚାୟତରେ ଦେଖିବାକୁ ମିଳିଛି ଏଭଳି ହୃଦୟ ବିଦାରକ ଘଟଣା ।

ଗତ ମାର୍ଚ୍ଚ ୩୦ରେ କୋଲକାତାରୁ ଶ୍ରୀଧର ଦଳାଇ ନାମକ ବ୍ୟକ୍ତି ଘରକୁ ଫେରିଥିଲେ। ହଠାତ୍ ତାଙ୍କ ଦେହ ଖରାପ ହେବାରୁ ସେ ସ୍ଥାନୀୟ ଡାକ୍ତରଖାନା ଓ ପରେ ବାଲେଶ୍ୱର ଜିଲ୍ଲା ଡାକ୍ତରଖାନାକୁ ଚିକିତ୍ସା ପାଇଁ ଯାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ଜଣ୍ଡିସ ହୋଇଛି ବୋଲି କହିଥିବା ପରିବାର ଲୋକେ କହିଛନ୍ତି ।

ତେବେ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରୁ ଗତକାଲି ପୁଣି ଆମ୍ବୁଲାନ୍ସ ଯୋଗେ ତାଙ୍କୁ ବାଲେଶ୍ୱର ଡାକ୍ତରଖାନା ନିଆଯାଇଥିଲା। ମାତ୍ର ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା।  ଗତକାଲି ରାତିରେ ମୃତଦେହ ଗାଁକୁ ଫେରି ଆସିଥିବା ବେଳେ ସତ୍କାର ହୋଇ ନ ପାରି ପଡ଼ି ରହିଛି। ଗ୍ରାମବାସୀ ସହଯୋଗ କରୁ ନ ଥିବାରୁ  ସ୍ୱାମୀଙ୍କ ଶବ ସତ୍କାର ହୋଇପାରୁ ନ ଥିବା କୋହଭରା କଣ୍ଠରେ ଶ୍ରୀଧରଙ୍କ ପତ୍ନୀ କହିଛନ୍ତି। ପୁଲିସ୍‌ କିମ୍ବା ପ୍ରଶାସନ ତରଫରୁ କେହି ଘଟଣାସ୍ଥଳକୁ ଆସି ନ ଥିବା ବେଳେ ଘଟଣାର ସମାଧାନ ହୋଇପାରିନି।



from Odisha Reporter https://ift.tt/2W0W9qB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages