ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମଣ ରୋକିବା ପାଇଁ ବାହାର ରାଜ୍ୟରୁ ଆସୁଥିବା ପ୍ରବାସୀଙ୍କ ରହିବା, ଖାଇବା ନିମନ୍ତେ ସରକାରଙ୍କ ତରଫରୁ ବ୍ୟବସ୍ଥା କରାଯାଉଛି। ମାତ୍ର କେଉଁଠାରେ ଠିକ୍ ଭାବେ ଖାଦ୍ୟ ମିଳୁ ନ ଥିବା ପ୍ରବାସୀ ଅଭିଯୋଗ କରୁଛନ୍ତି ତ କେତେବେଳେ ସେଣ୍ଟର ମଧ୍ୟରେ ଅବ୍ୟବସ୍ଥାର ଚିତ୍ର ପଦାକୁ ଆସୁଛି। ଏପରି ଏକ ଚିତ୍ର ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ସୀମାନ୍ତ ମହାବିଦ୍ୟାଳୟ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଦେଖିବାକୁ ମିଳିଛି।
ଏହି ସେଣ୍ଟରରେ ୯୦ରୁ ଊର୍ଦ୍ଧ୍ୱ ପ୍ରବାସୀ ରହୁଥିବା ବେଳେ ସରକାରଙ୍କ ଗାଇଡଲାଇନ୍ ମୁତାବକ ସେମାନଙ୍କୁ ସୁବିଧା ମିଳୁ ନ ଥିବା ଅଭିଯୋଗ କରିଛନ୍ତି। ଉକ୍ତ ସେଣ୍ଟରରେ ସେମାନେ ବହୁ ଅବ୍ୟବସ୍ଥା ମଧ୍ୟରେ ରହୁଥିବା ବେଳେ କେହି ସେମାନଙ୍କ ଅଭିଯୋଗ କେହି ଶୁଣୁ ନ ଥିବା ଅଭିଯୋଗ ଆଣିଛନ୍ତି। କ୍ୱାରେଣ୍ଟାଇନ୍ ସେଣ୍ଟରର ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଥିବା ବେଳେ ବିଦ୍ୟୁତ୍ ସଂଯୋଗ ବ୍ୟବସ୍ଥା କରାଯାଇନାହିଁ।
ଏପରିକି ସେମାନଙ୍କ ନିମନ୍ତେ ଠିକ୍ ସମୟରେ ଖାଇବା ବ୍ୟବସ୍ଥା କରାଯାଇ ନ ଥିବା ବେଳେ ରହିବା ପାଇଁ ମଧ୍ୟ ଆବଶ୍ୟକ ସରଞ୍ଜାମ ଉପଲବ୍ଧ କରାଯାଇ ନାହିଁ। ରାତି ହେଲେ ଅନ୍ଧାରରେ ରହିବାକୁ ବାଧ୍ୟ ହେଉଥିବା ବେଳେ କିଛି ଦିନ ପୂର୍ବେ ଉକ୍ତ ସେଣ୍ଟରରୁ ଏକ ସାପ ମଧ୍ୟ ଉଦ୍ଧାର କରାଯାଇଛି ।
from Odisha Reporter https://ift.tt/3bM9kk5
No comments:
Post a Comment