ଦୁର୍ବଳ ହେବାରେ ଲାଗିଛି ବାତ୍ୟା ‘ଅମ୍ଫାନ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 20, 2020

ଦୁର୍ବଳ ହେବାରେ ଲାଗିଛି ବାତ୍ୟା ‘ଅମ୍ଫାନ’

ନୂଆଦିଲ୍ଲୀ: ଓଡ଼ିଶା ଓ ପଶ୍ଚିମବଙ୍ଗରେ ବ୍ୟାପକ କ୍ଷୟକ୍ଷତି କରିଥିବା ବାତ୍ୟା ଅମ୍ଫାନ ଧୀରେଧୀରେ ଦୁର୍ବଳ ହେବାରେ ଲାଗିଛି। ଏବେ ଏହା ପଶ୍ଚିମବଙ୍ଗ ଅତିକ୍ରମ କରି ବାଂଲାଦେଶ ମୁହାଁ ହୋଇଛି। ଅତି ଭୀଷଣ ବାତ୍ୟାରୁ ଦୁର୍ବଳ ହୋଇ କେବଳ ସାମୁଦ୍ରିକ ଝଡ଼ର ରୂପ ନେଇଥିବା ଅମ୍ଫାନ ସ୍ଥଳଭାଗରେ ହିଁ ଆଗକୁ ବଢ଼ୁଛି।

ବର୍ତ୍ତମାନ ଏହା ବାଂଲାଦେଶ ଓ ପଶ୍ଚିମବଙ୍ଗର ଉପକୂଳରେ ସମାନ୍ତରଳ ଭାବେ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି। ଏହାର ଘଣ୍ଟାପ୍ରତି ବେଗ ୩୦ କିମି ରହିଛି। ଆସନ୍ତର ୩ ଘଣ୍ଟା ମଧ୍ୟରେ ଏହା ଗଭୀର ଅବପାତ ଓ ୬ ଘଣ୍ଟା ମଧ୍ୟରେ ଅବପାତରେ ପରିଣତ ହୋଇ କ୍ରମଶଃ ଦୁର୍ବଳ ହୋଇଯିବ।

କୋଲକାତା ଠାରୁ ୨୧୦ କିମି, ଦିଘାରୁ ୩୪୦ କିମି, ସାଗର ଦ୍ୱୀପରୁ ୩୦୦ କିମି ଓ ବାଂଲାଦେଶର ଖେପୁପରାଠାରୁ ଅମ୍ଫାନ ଏବେ ୨୬୦ କିମି ଦୂରରେ ରହିଛି। ବାଂଲାଦେଶ ପହଞ୍ଚିବା ପୂର୍ବରୁ ହିଁ ଏହା ଦୁର୍ବଳ ହୋଇଯାଇଥିବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି।

ବାତ୍ୟାର ପ୍ରଭାବ ପଶ୍ଚିମବଙ୍ଗ ଉପରୁ ହଟି ଯାଇଥିଲେ ହେଁ ନଦିଆ, ମୁର୍ଶିଦାବାଦ ଓ ଗାଙ୍ଗାୟେ ଉପତ୍ୟକାରେ ଆସନ୍ତା ୬ ଘଣ୍ଟା ଯାଏ ସ୍ୱଳ୍ପରୁ ମଧ୍ୟମଧରଣର ବର୍ଷା ହେବାର ଆଶଙ୍କା ରହିଛି। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୩୦ରୁ ୪୦ କିମି ଓ ଗଷ୍ଟିଂ ୫୦ କିମି ରହିବ। ସେହିପରି ଅମ୍ଫାନ ବାଂଲାଦେଶକୁ ଯିବା ବେଳେ ଆସାମ ଓ ମେଘାଳୟର କିଛି ସ୍ଥାନରେ ମଧ୍ୟମଧରଣର ବର୍ଷା ହୋଇପାରେ।



from Odisha Reporter https://ift.tt/2AONJuv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages