ବାଲେଶ୍ୱର (ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲା ରେମୁଣା ଥାନା ଅନ୍ତର୍ଗତ ମଙ୍ଗଳପୁର-ନୂଆଗାଁ ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ଆଜି ସକାଳେ ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ପ୍ରବାସୀଙ୍କୁ ନେଇ ଯାଉଥିବା ଏହି ବସ୍ଟି ଭାରସାମ୍ୟ ହରାଇ ପୋଲ ତଳକୁ ଖସି ପଡ଼ିବାରୁ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ବାଲେଶ୍ୱର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ବସ୍ଟିରେ ୩୦ ଜଣ ପ୍ରବାସୀ ଥିଲେ। ସେମାନେ କେରଳରୁ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିଲେ। ଏହି ସମୟରେ ରେମୁଣା ନିକଟରେ ବସ୍ଟି ପୋଲ ତଳକୁ ଖସି ପଡ଼ିଥିଲା। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଗୁରୁତରମାନଙ୍କୁ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ପଠାଇଥିଲା। ପୋଲ ତଳକୁ ଖସିପଡ଼ିଥିବା ବସ୍କୁ କ୍ରେନ୍ ସାହାଯ୍ୟରେ ଉଠାଯାଇଛି।
from Odisha Reporter https://ift.tt/36JexIl
No comments:
Post a Comment