କରୋନା ପାଇଁ ହୋଟେଲ ହେଲା ହସ୍ପିଟାଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 29, 2020

କରୋନା ପାଇଁ ହୋଟେଲ ହେଲା ହସ୍ପିଟାଲ

ନୂଆଦିଲ୍ଲୀ: ଦିନକୁ ଦିନ କରୋନା ରୋଗୀଙ୍କ ସଂଖ୍ୟା ବଢ଼ୁଥିବାରୁ ସେମାନଙ୍କ ପାଇଁ ପର୍ଯ୍ୟାପ୍ତ ବେଡର ଅଭାବ ସୃଷ୍ଟି ହେବାର ଆଶଙ୍କା ପ୍ରକାଶ ପାଇଛି। ଏହି କାରଣରୁ ଦିଲ୍ଲୀ ସରକାର ରାଜ୍ୟରେ ଥିବା ପାଇଭ ଷ୍ଟାର ହୋଟେଲଗୁଡ଼ିକୁ ନିଜ ନିୟନ୍ତ୍ରଣକୁ ନେବାକୁ ଘୋଷଣା କରିଛନ୍ତି।

ଏହି ହୋଟେଲଗୁଡ଼ିକରେ ହିଁ ଅସ୍ଥାୟୀ ହସ୍ପିଟାଲ ନିର୍ମାଣ କରି କରୋନା ରୋଗୀଙ୍କୁ ଚିକିତ୍ସା ଯୋଗାଇ ଦିଆଯିବ। ହୋଟେଲ ଗୁଡ଼ିକୁ ସେମାନଙ୍କ ପାଖ ଅଞ୍ଚଳ ଥିବା ହସ୍ପିଟାଲ ସହ ଲିଙ୍କ କରି କୋଭିଡ ହସ୍ପିଟାଲ ନାଁରେ ନାମିତ କରାଯିବ। ସେହିପରି ସରକାର କମ କିମ୍ବା ଲକ୍ଷଣ ଥିବା କରୋନା ରୋଗୀଙ୍କୁ ଆଇସୋଲେସନରେ ରଖିବା ପାଇଁ ମଧ୍ୟ ୧୦ଟି ହସ୍ପିଟାଲର ତାଲିକା ପ୍ରକାଶ କରିଛନ୍ତି।

ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ହୋଟେଲ ଗୁଡ଼ିକୁ କରୋନା ଯୁଦ୍ଧରେ ସାମିଲ କରାଯାଇ ଅତିକ୍ତର ୨ ହଜାର ବେଡ ସୃଷ୍ଟି କରାଯିବ। ଏନେଇ ହୋଟେଲ ଗୁଡ଼ିକ ସହ କଥା ବାର୍ତ୍ତା ଶେଷ ହୋଇଛି ଏବଂ ସେଗୁଡ଼ିକର ନାଁ ମଧ୍ୟ ପ୍ରକାଶ କରାଯାଇଛି।

କମ ଲକ୍ଷଣ ଓ ଲକ୍ଷଣ ନଥିବା ଲୋକଙ୍କୁ ହୋମ କ୍ୱାରେଣ୍ଟାଇନରେ ରହିବାକୁ କୁହାଯାଇଥିବା ବେଳେ ଏହାଠାରୁ ଠିକ ଅଧିକ ସଂକ୍ରମଣ ହୋଇଥିବା ଲୋକଙ୍କୁ କୋଭିଡ ହେଲଥ କେୟାର ସେଣ୍ଟରରେ ରଖାଯିବ। ସେହିପରି ଅନ୍ୟାନ୍ୟ ରୋଗ ସହ କରୋନାରେ ଆକ୍ରାନ୍ତ ଲୋକଙ୍କୁ ହସ୍ପିଟାଲରେ ଉପଯୁକ୍ତ ଚିକିତ୍ସା ଯୋଗାଇ ଦିଆଯିବ।

ସରକାର ବର୍ତ୍ତମାନ ସୁଦ୍ଧା ୨ଟି ରାଜ୍ୟ ସରକାର, ୩ଟି କେନ୍ଦ୍ର ସରକାର ଓ ୮ଟି ଘରୋଇ ହସ୍ପିଟାଲକୁ ସଂପୂର୍ଣ୍ଣ ଭାବେ କୋଭିଡ ଚିକିତ୍ସା ପାଇଁ ଚିହ୍ନଟ କରିଛନ୍ତି। ଏହା ସହ ୫ ହୋଟେଲର ବେଡ ସଂଖ୍ୟାକୁ ମିଶାଇଲେ କରୋନା ରୋଗୀଙ୍କ ପାଇଁ ସଂରକ୍ଷିତ ବେଡ ସଂଖ୍ୟା ୧୧ ହଜାରକୁ ବୃଦ୍ଧି ପାଇଛି।

୧୩ଟି ହସ୍ପିଟାଲରେ ମୋଟ ୪,୫୦୦ ବେଡ ଥିବା ବେଳେ ଜିଟିବି ହସ୍ପିଟାଲରେ ଖୁବଶୀଘ୍ର ଆଉ ୧୫ ଶହ ବେଡ ପ୍ରସ୍ତୁତ କରାଯିବ ବୋଲି ସରକାରଙ୍କ ପକ୍ଷରୁକୁହାଯାଇଛି।



from Odisha Reporter https://ift.tt/2Mb9kQ9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages