୨ ଦିନ ହେଲା ଡ୍ୟୁଟିକୁ ଯାଉ ନ ଥିଲେ, ମିଳିଲା ମୃତଦେହ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 12, 2020

୨ ଦିନ ହେଲା ଡ୍ୟୁଟିକୁ ଯାଉ ନ ଥିଲେ, ମିଳିଲା ମୃତଦେହ

କରଞ୍ଜିଆ (ସତ୍ୟବ୍ରତ ବେହେରା): ମୟୂରଭଞ୍ଜ ଜିଲ୍ଲା ଯଶୀପୁର ବ୍ଲକ୍‌ର ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ପଦ୍ମଜା ଜେନାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ସ୍ଥାନୀୟ ଧୋବାଡ଼ିହାରେ ରହୁଥିବା ଭଡ଼ାଘରୁ ଝୁଲନ୍ତା ଅବସ୍ଥାରେ ଗତକାଲି ସନ୍ଧ୍ୟାରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ହେଲେ କେଉଁ ପରିସ୍ଥିତିରେ ପଦ୍ମଜାଙ୍କ ମୃତ୍ୟୁ ହୋଇଛି, ତାହା ଅସ୍ପଷ୍ଟ ରହିଛି।

ବ୍ଲକ୍‌ରେ କରୋନା ରୋଗୀଙ୍କ ଚିହ୍ନଟ ଦାୟିତ୍ୱ ସହ ସମସ୍ତ ସଂଗରୋଧ ଗୃହର ଦାୟିତ୍ୱରେ ଥିଲେ ପଦ୍ମଜା। ହେଲେ ୨ ଦିନ ଧରି ସେ କାର୍ଯ୍ୟକୁ ଯାଇ ନଥିଲେ। ତାଙ୍କ ଝରକା ଖୋଲା ଥିବା ବେଳେ ଗତକାଲି ସନ୍ଧ୍ୟାରେ ତାଙ୍କ ମୃତଦେହ ଘରେ ଝୁଲୁଥିବା ପଡ଼ୋଶୀ ଦେଖିଥିଲେ। ଏନେଇ ସେମାନେ ପୁଲିସ୍‌କୁ ଖବର ଦେଇଥିଲେ। 

ମୃତ ମହିଳାଙ୍କ ଘର କଟକରେ ହୋଇଥିବା ବେଳେ ଖବର ପାଇ ଆଜି ସକାଳେ ପରିବାର ଲୋକ ଯଶୀପୁରରେ ପହଞ୍ଚିଥିବା ଜଣାଯାଇଛି। ସେମାନଙ୍କ ଉପସ୍ଥିତିରେ ପୁଲିସ୍‌ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବ ବୋଲି କହିଛନ୍ତି ଯଶୀପୁର ଥାନାଧିକାରୀ।



from Odisha Reporter https://ift.tt/2Tgq6l1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages