ମୋଦି ‘ହେଡଲାଇନ୍ସ’ ଦେଲେ, ‘ହେଲ୍ପଲାଇନ୍’ ଦେଲେନି: ସୁରଜେଓ୍ୱାଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 12, 2020

ମୋଦି ‘ହେଡଲାଇନ୍ସ’ ଦେଲେ, ‘ହେଲ୍ପଲାଇନ୍’ ଦେଲେନି: ସୁରଜେଓ୍ୱାଲା

ନୂଆଦିଲ୍ଲୀ: ମଙ୍ଗଳବାର ରାତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ମୁକାବିଲା ପାଇଁ ୨୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି। ଏବେ ଏହାକୁ ନେଇ କେନ୍ଦ୍ର ସରକାରକୁ ଘେରିଛି ବିରୋଧୀ ଦଳ କଂଗ୍ରେସ। ପ୍ରବାସୀ ଶ୍ରମିକଙ୍କୁ ନେଇ ପ୍ରଧାନମନ୍ତ୍ରୀଙ୍କ ପାଖରେ ସମ୍ୱେଦନଶୀଳତା କମ୍ ରହିଛି। ସେମାନଙ୍କ ସମସ୍ୟା ଦୂର କରାଯାଇପାରୁନି, ତେଣୁ ଦେଶ ନିରାଶ ହୋଇଛି ବୋଲି କଂଗ୍ରେସ ନେତା ତଥା ଦଳର ମୁଖ୍ୟ ମୁଖପାତ୍ର ରଣଦୀପ ସୁରଜେଓ୍ୱାଲା କହିଛନ୍ତି।

ସେ ଟୁଇଟ୍ କରି କହିଛନ୍ତି,  ମୋଦି ତାଙ୍କ ସମ୍ୱୋଧନରେ ଯାହା କହିଛନ୍ତି ତାହା ଦେଶର ‘ହେଡଲାଇନ୍’ ହୋଇଛି। ହେଲେ ଦେଶକୁ ସାହାଯ୍ୟ କରିବା ପାଇଁ ‘ହେଲପ ଲାଇନ୍’ ନମ୍ୱରର ଆବଶ୍ୟକତା ରହିଛି। ଘରକୁ ଫେରୁଥିବା ପ୍ରବାସୀ ଶ୍ରମିକମାନେ ନିରପଦ ଓ ସୁରକ୍ଷିତ ଭାବରେ ଘରକୁ ଫେରିବାକୁ ଆଶା ରଖିଛନ୍ତି। ସମସ୍ତେ ଏଭଳି କିଛି ଘୋଷଣା କରିବେ ବୋଲି ଭାବିଥିଲେ। ହେଲେ ଏଭଳି ଘୋଷଣା ନକରି ଦେଶର ଦିନ ମଜୁରିଆ ଏବଂ ପ୍ରବାସୀଙ୍କ ପ୍ରତି ସରକାରଙ୍କର କି ମାନସିକତା ରହିଛି ତାହା ଜଣାପଡ଼ିଛି।

ସବୁଠାରୁ ବଡ଼ କଥା ହେଲା ମୋଦି ଉଦବୋଧନ ଦେବା ବେଳେ ଯେଉଁ ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି ତାକୁ ସ୍ୱାଗତ କରିଛନ୍ତି କଂଗ୍ରେସର ଅନ୍ୟତମ ପ୍ରମୁଖ ନେତା ତଥା ସାଂସଦ ଆନନ୍ଦ ଶର୍ମା। ତେବେ ଏହି ପ୍ୟାକେଜ ବାବଦରେ ବିସ୍ତାର ଭାବରେ ଘୋଷଣା ହେବା ପରେ ସେ ଏହାକୁ ନେଇ ମତ ରଖିବେ ବୋଲି କହିଛନ୍ତି।

ତେବେ ବାଚସ୍ପତି ଓମ୍ ବିର୍ଲା, ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ସଭାପତି ଜେ.ପି ନଡ୍ଡା ଆଦି ମୋଦିଙ୍କ ଏଭଳି ଆର୍ଥିକ ପ୍ୟାକେଜକୁ ପ୍ରଶଂସା କରିଛନ୍ତି।



from Odisha Reporter https://ift.tt/2zAc46s

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages