ନୂଆଦିଲ୍ଲୀ: କରୋନା ଲକଡାଉନ ସତ୍ତ୍ୱେ ଆସନ୍ତାକାଲି ଠାରୁ ଦିଲ୍ଲୀରୁ ବିଭିନ୍ନ ସ୍ଥାନକୁ ପାସେଞ୍ଜର ଟ୍ରେନ ଚାଲିବ। ଦୀର୍ଘ ୫୧ ଦିନ ଟ୍ରେନ ଚଳାଚଳ ବନ୍ଦ ରହିବା ପରେ ସରକାର ମଙ୍ଗଳବାର ଠାରୁ ଏହାକୁ ଚାଲୁ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି।
ଏହି ଟ୍ରେନରେ ଯାତ୍ରା କରିବା ପାଇଁ ଆଜିଠାରୁ ଲୋକମାନେ କେବଳ ଆଇଆରସିଟିସି ୱେବସାଇଟକୁ ଯାଇ ଟିକେଟ ବୁକିଂ କରିପାରିବେ। କାରଣ ଟ୍ରେନ ଚାଲିବାକୁ ଥିଲେ ହେଁ ଟିକେଟ କାଉଣ୍ଟର ଖୋଲିବ ନାହିଁ। ତେଣୁ ଆଜି ଅପରାହ୍ନ ୪ଟା ପରଠାରୁ ୱେବସାଇଟ ଜରିଆରେ ଲୋକମାନେ ଟିକେଟ ବୁକିଂ କରିପାରିବେ।
ପ୍ରଥମ ପର୍ଯ୍ୟାୟରେ ୧୫ ଯୋଡ଼ା ଟ୍ରେନ୍ ଚାଲିବ। ମଙ୍ଗଳବାର ଠାରୁ ନୂଆଦିଲ୍ଲୀ ଷ୍ଟେସନରୁ ଦିବ୍ରୁଗଡ଼, ଅଗରତାଲା, ହାଓ୍ୱାଡା, ପାଟନା, ବିଳାସପୁର, ରାଞ୍ଚି, ଭୁବନେଶ୍ୱର, ସିକନ୍ଦରାବାଦ, ବେଙ୍ଗାଲୁରୁ, ଚେନ୍ନାଇ, ଥିରୁଭନନ୍ତପୁରମ୍, ମାଡଗାଓଁ, ମୁମ୍ବାଇ ସେଣ୍ଟ୍ରାଲ, ଅହମଦାବାଦ ଏବଂ ଜମ୍ମୁ ତାୱିକୁ ସ୍ୱତନ୍ତ୍ର ଟ୍ରେନ୍ ଚାଲିବ।
ଟ୍ରେନରେ ଯାତ୍ରା କରିବାକୁ ଥିବା ଲୋକମାନଙ୍କର ଥର୍ମାଲ୍ ସ୍କ୍ରନିଂ କରାଯିବ। ଯେଉଁମାନଙ୍କର କୌଣସି ଫ୍ଲୁ ଲକ୍ଷଣ ନଥିବ, ସେମାନଙ୍କୁ ହିଁ ଯାତ୍ରା କରିବାକୁ ଅନୁମତି ମିଳିବ। ସେହିପରି ସମସ୍ତ ଯାତ୍ରୀ ମାସ୍କ ପିନ୍ଧିବାକୁ ବାଧ୍ୟ।
from Odisha Reporter https://ift.tt/3dzBPCE
No comments:
Post a Comment