ଆଉ ୧୪ କରୋନା ପଜିଟିଭ୍ ଚିହ୍ନଟ; ୩୯୧ରେ ପହଞ୍ଚିଲା ସଂଖ୍ୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 10, 2020

ଆଉ ୧୪ କରୋନା ପଜିଟିଭ୍ ଚିହ୍ନଟ; ୩୯୧ରେ ପହଞ୍ଚିଲା ସଂଖ୍ୟା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଉ ୧୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୯୧ରେ ପହଞ୍ଚିଯାଇଛି।

୧୪ଟି ନୂଆ କେସ୍ ମଧ୍ୟରୁ ୧୨ଟି ଗଞ୍ଜାମର ହୋଇଥିବା ବେଳେ ଗୋଟିଏ ସୁନ୍ଦରଗଡ଼ ଓ ଆଉ ଗୋଟିଏ କେନ୍ଦ୍ରାପଡ଼ାର।

୧୨ଟି ନୂଆ କେସ୍‌ ପରେ ଗଞ୍ଜାମରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩୭ରେ ପହଞ୍ଚିଛି। ଏଠାରେ ୧୩୬ ଜଣ ଚିକିତ୍ସାଧୀନ ଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ସୁନ୍ଦରଗଡ଼ରେ ଆକ୍ରାନ୍ତଙ୍କ ସଂଖ୍ୟା ୧୪ ଛୁଇଁଛି। ସେମାନଙ୍କ ମଧ୍ୟରୁ ୬ ଜଣ ସୁସ୍ଥ ହୋଇଥିବା ବେଳେ ୮ ଜଣ ଚିକିତ୍ସାଧୀନ ଅଛନ୍ତି। କେନ୍ଦ୍ରାପଡ଼ାରେ ଆକ୍ରାନ୍ତଙ୍କ ସଂଖ୍ୟା ୯ରେ ପହଞ୍ଚିଥିବା ବେଳେ ୨ ଜଣ ସୁସ୍ଥ ହୋଇଛନ୍ତି ଓ ୭ ଜଣ ଚିକିତ୍ସାଧୀନ ଅଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟର ୩୯୧ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୬୮ ଜଣ ସୁସ୍ଥ ହୋଇସାରିଥିବା ବେଳେ ୩୨୦ ଜଣ ଚିକିତ୍ସାଧୀନ ଅଛନ୍ତି। ୩ ଜଣଙ୍କ ମୃତ୍ୟୁ ଘଟିଛି।



from Odisha Reporter https://ift.tt/3fC9OMH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages