ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୩୭ ଛୁଇଁ ସାରିଥିବା ବେଳେ ଗଞ୍ଜାମରେ କେବଳ ଏହି ସଂଖ୍ୟା ୧୫୭ରେ ପହଞ୍ଚିଛି। ଗତକାଲିଠୁ ଏଯାବତ ଚିହ୍ନଟ ୪୬ ଆକ୍ରାନ୍ତଙ୍କ ସମ୍ପର୍କରେ ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର। ୪୬ ଆକ୍ରାନ୍ତଙ୍କ ମଧ୍ୟରୁ ୩୮ ଜଣ କେବଳ ସୁରତ ଫେରନ୍ତା ହୋଇଥିବା ବେଳେ ୪ ଜଣ ପଶ୍ଚିମବଙ୍ଗରୁ ଆସିଥିବା ଜଣାଯାଇଛି।
୪୬ ଆକ୍ରାନ୍ତଙ୍କ ମଧ୍ୟରୁ ବିଭିନ୍ନ ଜିଲ୍ଲାରେ ଥିବା କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୪୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨ ଜଣ କଣ୍ଟେନମେଣ୍ଟ ଜୋନ୍ରୁ ଚିହ୍ନଟ ହୋଇଛନ୍ତି। ଏହାବ୍ୟତୀତ ଅନ୍ୟ ସ୍ଥାନରୁ ଆଉ ୨ ଚିହ୍ନଟ ହୋଇଥିବା ସୂଚନା ମିଳିଛି।
ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ୪୬ ଆକ୍ରାନ୍ତଙ୍କ ମଧ୍ୟରୁ ୩୮ ଜଣ ହେଉଛନ୍ତି ସୁରତ ଫେରନ୍ତା। ସେମାନଙ୍କ ମଧ୍ୟରୁ ଗଞ୍ଜାମରୁ ସର୍ବାଧିକ ୨୧ ଆକ୍ରାନ୍ତ ସୁରତ ଫେରନ୍ତା ବୋଲି ସ୍ପଷ୍ଟ ହୋଇଛି । ଏହାବ୍ୟତୀତ ବୌଦ୍ଧ, କଟକ, ପୁରୀ, ମୟୂରଭଞ୍ଜର ଜଣେ ଲେଖାଏଁ ଆକ୍ରାନ୍ତ ହେଉଛି ସୁରତ ଫେରନ୍ତା । ବାଲେଶ୍ୱରର ୧୫ ଆକ୍ରାନ୍ତଙ୍କ ମଧ୍ୟରୁ ୧୩ ଜଣ ସୁରତରୁ ଆସିଥିବା ଜଣାଯାଇଛି।
ସେମାନଙ୍କ ବ୍ୟତୀତ ବାଲେଶ୍ୱରର ଅନ୍ୟ ଜଣେ ଆକ୍ରାନ୍ତ ପଶ୍ଚିମବଙ୍ଗ ଫେରନ୍ତା ହୋଇଥିବା ବେଳେ ଯାଜପୁରର ୪ ଆକ୍ରାନ୍ତଙ୍କ ମଧ୍ୟରୁ ୩ ଜଣ ପଶ୍ଚିମବଙ୍ଗରୁ ଆସିଥିବା ଜଣାଯାଇଛି। ଏହାବ୍ୟତୀତ କଣ୍ଟେନମେଣ୍ଟ ଜୋନ୍ରୁ ଚିହ୍ନଟ ୨ ଆକ୍ରାନ୍ତ ରାଉରକେଲାର ବୋଲି ଜଣାଯାଇଛି।
from Odisha Reporter https://ift.tt/3bqAuws
No comments:
Post a Comment