ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୧୪ ତାରିଖରେ ଅର୍ଥାତ୍ ଗୁରୁବାର ଦିନ ଦୁବାଇରୁ ଏୟାର ଇଣ୍ଡିଆର ଏକ ସ୍ୱତନ୍ତ୍ର ବିମାନ ଭୁବନେଶ୍ୱର ଆସିବ। ସେଠାରେ ଫସିଥିବା ଓଡ଼ିଆ ଲୋକଙ୍କୁ ନେଇ ବିମାନଟି ଭୁବନେଶ୍ୱର ଆସିବ। ଏଥିରେ ପ୍ରାୟ ୨ଶହ ଓଡ଼ିଆ ଆସିବେ ବୋଲି ସୂଚନା ମିଳିଛି।
ଗୁରୁବାର ଅପରାହ୍ନ ପ୍ରାୟ ୩ଟାରେ ଏୟାର ଇଣ୍ଡିଆର ଏହି ସ୍ୱତନ୍ତ୍ର ବିମାନ ଦୁବାଇରୁ ଉଡ଼ାଣ ଆରମ୍ଭ କରିବ ଓ ରାତି ୯ଟା ୧୫ ମିନିଟରେ ଭୁବନେଶ୍ୱରରେ ପହଞ୍ଚିବ। ଭାରତ ସରକାରଙ୍କ ବନ୍ଦେ ଭାରତ ମିଶନ କାର୍ଯ୍ୟକ୍ରମରେ ଏହି ବିମାନ ଭୁବନେଶ୍ୱର ଆସିବ।
କରୋନା ପାଇଁ ଗତ ମାର୍ଚ୍ଚ ୨୪ ତାରିଖରୁ ସମଗ୍ର ଦେଶରେ ସମସ୍ତ ଯାତ୍ରୀ ବିମାନ ସେବା ବାତିଲ କରାଯାଇଛି। ତେବେ ବନ୍ଦେ ଭାରତ ମିଶନ କାର୍ଯ୍ୟକ୍ରମରେ ବିଶ୍ୱର ବିଭିନ୍ନ ଦେଶରୁ ୧,୬୬୭ ଜଣ ଭାରତୀୟଙ୍କୁ ଫେରାଇ ଅଣାଯାଇଛି।
from Odisha Reporter https://ift.tt/3blzIkp
No comments:
Post a Comment