ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲକଡାଉନ୍ କଟକଣା ଭିତରେ ଆଜିଠୁ ସାଧାରଣ ଯାତ୍ରୀଙ୍କ ପାଇଁ ଗଡ଼ିବ ଟ୍ରେନ୍। ପ୍ରାଥମିକ ପର୍ଯ୍ୟାୟରେ ଦିଲ୍ଲୀରୁ ଭୁବନେଶ୍ୱର ସମେତ ଦେଶର ପ୍ରମୁଖ ସହରକୁ ୧୫ ଯୋଡ଼ା ଟ୍ରେନ୍ ଚାଲିବ । ଏଥିଲାଗି ନିର୍ଦ୍ଦେଶାବଳୀ ଜାରି କରିଛି କେନ୍ଦ୍ର ଗୃହମନ୍ତ୍ରାଳୟ ।
ଏହି ନିର୍ଦ୍ଦେଶ ଅନୁଯାୟୀ, କେବଳ କନଫର୍ମ ଇ-ଟିକେଟ ଥିବା ଯାତ୍ରୀଙ୍କୁ ଷ୍ଟେସନରେ ପ୍ରବେଶ ଅନୁମତି ମିଳିବ । ସ୍ୱାସ୍ଥ୍ୟ ଯାଞ୍ଚ ପରେ କରୋନା ଲକ୍ଷଣ ନଥିବା ଲୋକଙ୍କୁ ବଗିରେ ପ୍ରବେଶ ଅନୁମତି ଦିଆଯିବ । ବଗିର ପ୍ରବେଶ ଓ ପ୍ରସ୍ଥାନ ପଥରେ ଯାତ୍ରୀଙ୍କୁ ସାନିଟାଇଜର ଦିଆଯିବ । ପୁରା ଯାତ୍ରା ସମୟରେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି ।
ତେବେ ଭୁବନେଶ୍ୱର-ଦିଲ୍ଲୀ ମଧ୍ୟରେ ଚଳାଚଳ କରିବାକୁ ଥିବା ଟ୍ରେନ୍ ଆସନ୍ତାକାଲି ଦିନ ୧୦ଟାରେ ଭୁବନେଶ୍ୱରରୁ ଯାତ୍ରା ଆରମ୍ଭ କରିବ। ତା ପରଦିନ ଦିନ ୧୦ଟା ୪୫ ମିନିଟ୍ରେ ନୂଆଦିଲ୍ଲୀରେ ପହଞ୍ଚିବ ।
ସୂଚନାଯୋଗ୍ୟ, କରୋନା ମହାମାରୀ ସଂକ୍ରମଣ ଆଶଙ୍କାରେ ଗତ ମାର୍ଚ୍ଚ ମାସରୁ ସମଗ୍ର ଦେଶରେ ଟ୍ରେନ୍ ବାତିଲ କରି ଦିଆଯାଇଥିଲା।
from Odisha Reporter https://ift.tt/2LkOD3Q
No comments:
Post a Comment