୧୧ ବର୍ଷ ତଳକୁ ଖସିଲା ଦେଶର ଅର୍ଥନୀତି, ସ୍ଥିତି ଭୟଙ୍କର ଦିଗରେ ଗତି କରୁଛି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 29, 2020

୧୧ ବର୍ଷ ତଳକୁ ଖସିଲା ଦେଶର ଅର୍ଥନୀତି, ସ୍ଥିତି ଭୟଙ୍କର ଦିଗରେ ଗତି କରୁଛି

ନୂଆଦିଲ୍ଲୀ: ମହାମାରୀ କରୋନା ଲକଡାଉନର ସିଧାସଳଖ ପ୍ରଭାବ ଦେଶର ଅର୍ଥନୀତି ଉପରେ ପଡ଼ିବା ଆରମ୍ଭ କରିଛି। ୨୦୧୯-୨୦ରେ ଦେଶର ଜିଡିପି ୪.୨%କୁ ଖସି ଯାଇଛି। ସେହିପରି ଚଳିତ ବର୍ଷ ଜାନୁଆରୀରୁ ମାର୍ଚ୍ଚ(୩ମାସ) ମଧ୍ୟରେ ଦେଶର ବିକାଶ ହାର ମାତ୍ର ୩.୧% ରହିଛି।

ଅର୍ଥନୀତି ବିଶାରଦଙ୍କ ମତରେ ବିଗତ ୧୧ ବର୍ଷ ମଧ୍ୟରେ ଦେଶର ଅର୍ଥନୀତ କେବେ ହେଲେ ଏତେ ତଳକୁ ଖସି ନଥିଲା। ତେବେ କରୋନା ଲକଡାଉନ ଯୋଗୁ ଯେ ଏଭଳି ସଂପୂର୍ଣ୍ଣ ଭାବେ ହୋଇଛି ବୋଲି କହିବା ଭୁଲ ହେବ। କାରଣ କରୋନା ପାଇଁ ମାର୍ଚ୍ଚ ୨୫ ତାରିଖରେ ସମଗ୍ର ଦେଶରେ ଲକଡାଉନ ଲାଗୁ ହୋଇଥିଲା।

ଏହାପୂର୍ବରୁ ଅର୍ଥନୀତି ସ୍ୱାଭାବିକ ରହିଥିଲା। କେବଳ ମାର୍ଚ୍ଚ ମାସରେ ୬ ଦିନ ପାଇଁ ଅର୍ଥନୀତି ସଂପୂର୍ଣ୍ଣ ଠପ ହୋଇଥିଲା। ମାତ୍ର ୬ ଦିନ ପାଇଁ ଦେଶର ଅର୍ଥନୀତିକ କାର୍ଯ୍ୟକଳାପ ବନ୍ଦ ହେବାରୁ ଜଡିପି ଏତେ ପରିମାଣର ହ୍ରାସ ପାଇଛି।

ତେଣୁ ୨ ମାସ ହେଲାଣି ଜାରି ରହିଥିବା ଲକଡାଉନ ଯୋଗୁ ଅର୍ଥନୀତିକ କେଉଁ ଭଳି ଭାବେ ପ୍ରଭାବିତ ହେବ, ତାହା ଏଥିରୁ ସ୍ପଷ୍ଟ ହୋଇଛି।

ଶୁକ୍ରବାର କେନ୍ଦ୍ର ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ମନ୍ତ୍ରଣାଳୟ ତରଫରୁ ୨୦୧୯-୨୦ ଆର୍ଥିକ ବର୍ଷ ଓ ଶେଷ ତିନି ମାସ (୨୦୨୦ ଜାନୁଆରୀରୁମାର୍ଚ୍ଚ)ର ଅଭିବୃଦ୍ଧି ତଥ୍ୟ ଜାରି କରାଯାଇଥିଲା। ତଥ୍ୟ ଅନୁଯାୟୀ, ଚଳିତ ଆର୍ଥିକ ବର୍ଷରେ ଦେଶର ଅଭିବୃଦ୍ଧି ହାର ମାତ୍ର ୪.୨% ରହିଛି।

ଗ୍ରସ୍ ଭାଲ୍ୟୁ ଆଡେଡ୍ (ଜିଭିଏ) ଅନୁସାରେ ସାରା ବର୍ଷର ଅଭିବୃଦ୍ଧି ହାର ହେଉଛି ୩ ପ୍ରତିଶତ ଓ ଚତୁର୍ଥ ତ୍ରୟମାସରେ ତାହା ୪.୫ ପ୍ରତିଶତ ହାରରେ ଆଗକୁ ବଢ଼ିଛି।

୨୦୧୮-୧୯ ଆର୍ଥିକ ବର୍ଷରେ ଦେଶର ଅଭିବୃଦ୍ଧି ହାର ୫.୭% ରହିଥିଲା। ୨୦୧୯-୨୦ରେ ଦେଶର ଜିଡିପି ୫% ରହିବ ବୋଲି ସରକାରଙ୍କ ପକ୍ଷରୁ ଆକଳନ କରାଯାଇଥିଲା। ଦେଶର ଜିଡିପିକୁ ନେଇ ଅର୍ଥନୀତି ବିଶାରଦମାନେ କରିଥିବା ଆକଳନ ଭୁଲ ହୋଇଛି। ସେମାନେ କହିଥିଲେ ଯେ ଭାରତର ଅଭିବୃଦ୍ଧି ହାର ୨୦୧୯-୨୦ରେ ୨.୨% ରହିବ। ହେଲେ ସରକାରଙ୍କ କହିବା ଅନୁସାରେ ଦେଶର ଜିଡିପି ୪.୨% ରହିଛି।

ଏହି ସମୟ ସୀମା ମଧ୍ୟରେ ଦେଶର କୃଷି ଓ ମାଇନିଂ କ୍ଷେତ୍ରର ଯଥାକ୍ରମେ ୫.୯% ଓ ୫.୨% ହାରରେ ବଢ଼ିଥିବା ବେଳେ ଉତ୍ପାଦନ କ୍ଷେତ୍ରର ବିକାଶ ନକାରାତ୍ମକ ରହିଛି। ମ୍ୟାନୁଫାକଚରିଂ ସେକ୍ଟରର ଅଭିବୃଦ୍ଧି ମାତ୍ର ୧.୪% ରହିଛି। ପବ୍ଲିକ ଆଡମିନ ଷ୍ଟ୍ରେସନ, ପ୍ରତିରକ୍ଷା ଓ ଅନ୍ୟାନ୍ୟ କ୍ଷେତ୍ରର ଅଭିବୃଦ୍ଧି ୧୦.୧% ରହିଛି।



from Odisha Reporter https://ift.tt/2XLtKo3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages