ବ୍ଲକ ଅଧ୍ୟକ୍ଷାଙ୍କୁ ଆକ୍ରମଣ; ମୁଣ୍ଡରେ ବନ୍ଧୁକ ଦେଖାଇ ଲୁଟି ନେଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 29, 2020

ବ୍ଲକ ଅଧ୍ୟକ୍ଷାଙ୍କୁ ଆକ୍ରମଣ; ମୁଣ୍ଡରେ ବନ୍ଧୁକ ଦେଖାଇ ଲୁଟି ନେଲେ

ନୀଳଗିରି (ବିଶ୍ୱମ୍ବର ଦାସ): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ୍‌ ଅଧ୍ୟକ୍ଷା ଜାନକୀ ସିଂ ଗତକାଲି ରାତିରେ ଘରକୁ ଫେରୁଥିବା ବେଳେ କିଛି ଦୁର୍ବୃତ୍ତଙ୍କ ଆକ୍ରମଣର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଦୁର୍ବୃତ୍ତମାନେ ତାଙ୍କଠାରୁ ଲୁଟପାଟ କରିବା ସହ ଅଶାଳୀନ ବ୍ୟବହାର ଦେଖାଇଥିବା ଅଭିଯୋଗ ହୋଇଛି। ଏନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ୍‌ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

ପୁଲିସ୍‌ ନିକଟରେ ହୋଇଥିବା ଲିଖିତ ଅଭିଯୋଗ ଅନୁଯାୟୀ, ଶୁକ୍ରବାର ରାତି ପ୍ରାୟ ୮ଟାରେ ଜାନକୀ ସିଂ (୨୬) ନୀଳଗିରିରୁ ପୋଡ଼ାଶୋଳ ନିକଟସ୍ଥ ନିଜ ଗାଁ ବାଘମରାକୁ ଫେରୁଥିଲେ। ବାଘମରା ଫୁଟବଲ ପଡ଼ିଆଠାରେ ୧୦/୧୫ଜଣ ଯୁବକ ଏକତ୍ରୀତ ହୋଇଥିବା ବେଳେ ବ୍ଲକ ଅଧ୍ୟକ୍ଷା ଗାଡ଼ି ଅଟକାଇ ସେମାନଙ୍କୁ ଏଠାରେ କ’ଣ କରୁଛ ବୋଲି ପଚରାଉଚରା କରୁଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ଯୁବକମାନେ ତାଙ୍କୁ ଅଶ୍ଳୀଳ ବ୍ୟବହାର ପ୍ରଦର୍ଶନ କରିଥିଲେ। ଏପରିକି ଟଣାଓଟରା କରିବା ସହ ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଜୀବନରୁ ମାରିଦେବା ଧମକ ଦେଇଥିବା ଅଭିଯୋଗ ହୋଇଛି। ସେହିପରି ତାଙ୍କ ପିନ୍ଧା ସୁନାହାରକୁ ମଧ୍ୟ ଛିଣ୍ଡାଇ ନେଇଥିବା ବ୍ଲକ ଅଧ୍ୟକ୍ଷା ଅଭିଯୋଗ କରିଛନ୍ତି ।

କୌଶଳକ୍ରମେ ବ୍ଲକ ଅଧ୍ୟକ୍ଷା ସେଠାରୁ ଖସିଆସି ରାତି ୧୦ଟାରେ ନୀଳଗିରି ଥାନାର ଦ୍ୱାରସ୍ଥ ହୋଇଥିଲେ। ସ୍ଥାନୀୟ ପୁଲିସ ଘଟଣାର ତଦନ୍ତ କରି ଏହି ଅଭିଯୋଗରେ ୩ଜଣଙ୍କୁ ଥାନାରେ ଅଟକ ରଖିଛି। ତେବେ ଜଣେ ମହିଳାଙ୍କ ପ୍ରତି ଏଭଳି ଆଚରଣକୁ ସାଧାରଣରେ ନିନ୍ଦା କରାଯାଇଛି।

ଏଭଳି କାଣ୍ଡ ଘଟାଇବା ପରେ ଅଭିଯୁକ୍ତମାନେ ଏକ ନିର୍ଦ୍ଦିଷ୍ଟ ଦଳର ଜୟଗାନ କରି ଜଣେ ନେତାଙ୍କ କୁଶପୁତ୍ତଳିକା ଦାହ କରିବା ଭିଡ଼ିଓ ସମ୍ପ୍ରତି ନୀଳଗିରିରେ ଭାଇରାଲ ହେଉଛି।



from Odisha Reporter https://ift.tt/2XLQswz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages