ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବ୍ସାଇଟ୍ରେ ଏହି ସୂଚନା ଦିଆଯାଇଛି।
ମୃତ କରୋନା ଆକ୍ରାନ୍ତ ଖୋର୍ଦ୍ଧା ଜିଲ୍ଲାର ବୋଲି ସୂଚନା ମିଳିଛି। ତେବେ ସେ କେତେ ନମ୍ବର କରୋନା ଆକ୍ରାନ୍ତ, ସେ ବିଷୟରେ କିଛି ଜଣାପଡ଼ିନି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବ୍ସାଇଟ୍ରେ ମଧ୍ୟ କିଛି ଉଲ୍ଲେଖ କରାଯାଇନି।
ସୂଚନାଯୋଗ୍ୟ, ମୃତ ପ୍ରଥମ କରୋନା ଆକ୍ରାନ୍ତ ବି ଖୋର୍ଦ୍ଧା ଜିଲ୍ଲାର ଥିଲେ।
ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବ୍ସାଇଟ୍ରେ ଦିଆଯାଇଥିବା ସୂଚନା ଅନୁଯାୟୀ, ଏବେ ରାଜ୍ୟରେ ମୋଟ ୧୭୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୧୫ ଜଣ ଚିକିତ୍ସାଧୀନ ଅଛନ୍ତି। ୬୦ ଜଣ ସୁସ୍ଥ ହୋଇସାରିଛନ୍ତି।
from Odisha Reporter https://ift.tt/3c3B3xv
No comments:
Post a Comment