ଜୁଆ ଆଡ୍ଡାରେ ପୁଲିସ୍ ‌ଚଢ଼ାଉ, ନଦୀକୁ ଡେଇଁଲେ ୩ ଯୁବକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 1, 2020

ଜୁଆ ଆଡ୍ଡାରେ ପୁଲିସ୍ ‌ଚଢ଼ାଉ, ନଦୀକୁ ଡେଇଁଲେ ୩ ଯୁବକ

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ଲକଡାଉନ୍‌ ସମୟରେ ଜୁଆ ଖେଳରେ ମାତିଥିବା କିଛି ଯୁବକ ପୁଲିସ୍‌କୁ ଦେଖି ନଦୀକୁ ଡେଇଁ ପଡ଼ିଥିବା ଜଣାପଡ଼ିଛି। ଏପରି ଅଭାବନୀୟ ଘଟଣା ସୁନ୍ଦରଗଡ଼ ଜିଲ୍ଲା ବିରମିତ୍ରପୁର ଥାନା ଅଧୀନରେ ଥିବା କୁଆରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ଯମୁନାନାକୀରେ ଘଟିଛି।

ଲକଡାଉନ୍‌ ସମୟରେ ଯମୁନାନାକୀରେ ଏକ ବଡ଼ ଧରଣର ଜୁଆ ଖେଳ ଚାଲିଥିବା ଖବର ପାଇ ଗତକାଲି ବିଳମ୍ବିତ ରାତିରେ ପୁଲିସ୍‌ ଚଢ଼ାଉ କରିଥିଲା।  ପୁଲିସ୍‌କୁ ଦେଖି ଭୟଭୀତ ହୋଇ ବହୁ ଯୁବକ ଛତ୍ରଭଙ୍ଗ ଦେଇ ପଳାଇଥିବା ବେଳେ ୩  ଯୁବକ ପାଖରେ ଥିବା କୋଏଲ ନଦୀକୁ ଡେଇଁ ପଡ଼ିଥିଲେ । ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଜଣେ ଏ ପର୍ଯ୍ୟନ୍ତ ନିଖୋଜ ଅଛି । ଅଗ୍ନିଶମ ବାହିନୀ, ପୁଲିସ ଏବଂ ଗ୍ରାମବାସୀ ଖୋଜାଖୋଜି କରିଥିଲେ ମଧ୍ୟ ନିଖୋଜଙ୍କୁ ଠାବ କରାଯାଇ ପାରିନାହିଁ । ଆଜି ସକାଳେ ପୁଣି ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିବା ଜଣାଯାଇଛି।



from Odisha Reporter https://ift.tt/2y9LgtJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages