ଶ୍ରୀନଗର: ପାକିସ୍ତାନ ପଟୁ ବାରମ୍ୱାର ଅସ୍ତ୍ରବିରତି ଉଲ୍ଲଂଘନ ହେଉଛି। ଜମ୍ମୁ କଶ୍ମୀରର ବାରମୂଲା ଜିଲ୍ଲାରେ ଥିବା ଉରୀ ସେକ୍ଟରରେ ପାକିସ୍ତାନ ପଟୁ ଗୁଳିମାଡ଼ ହୋଇଛି। ଏଥିରେ ଦୁଇ ଯବାନ ଶହୀଦ ହୋଇଛନ୍ତି। ଏହା ସହିତ ୩ ଯବାନ ଓ ୪ ସାଧାରଣ ନାଗରିକ ଗୁରୁତର ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ସେନା ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ପାକିସ୍ତାନ ଲଗାତର ଭାବରେ ଭାରତୀୟ ସୀମାରେ ଅସ୍ତ୍ରବିରତି ଉଲ୍ଲଂଘନ କରୁଛି। ଶୁକ୍ରବାର ସଂଧ୍ୟା ପରଠାରୁ ପାକିସ୍ତାନ ପଟୁ ଗୁଳି ବିନିମୟ ହେଉଛି। ଭାରତୀୟ ସେନା ମଧ୍ୟ ପାକିସ୍ତାନର ପ୍ରତ୍ୟେକ ଗୁଳିର ଜବାବ ଦେଉଛନ୍ତି। ହେଲେ ଏହି ସମୟରେ ଭାରତୀୟ ଯବାନ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନର ଶିକାର ହୋଇଛନ୍ତି। ହାବିଲଦାର ଗୋକର୍ଣ୍ଣ ସିଂହ ଏବଂ ନାୟକ ଶଙ୍କର ଏସ ପିଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ତିନି ଜଣ ଆହତ ହୋଇଛନ୍ତି। ୪ ଜଣ ସାଧାରଣ ନାଗରିକ ବି ଆହତ ହୋଇଛନ୍ତି। ସେନାର ମୁଖପାତ୍ର କର୍ଣ୍ଣେଲ ରାଜେଶ କାଲିୟା ଏହି ସୂଚନା ଦେଇଛନ୍ତି।
from Odisha Reporter https://ift.tt/2SrFkTH
No comments:
Post a Comment