କେନ୍ଦ୍ରାପଡ଼ା (ମନୋଜ ସ୍ୱାଇଁ): ଚଣ୍ଡିଖୋଲ-ପାରାଦୀପ ଜାତୀୟ ରାଜପଥର ଯଦୁପୁର ଛକ ଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଆଇରନ୍ ବୋଝେଇ ଟ୍ରକ ଆଉ ଏକ ଟ୍ରକ୍କୁ ଓଭର ଟେକ୍ କରୁଥିବା ବେଳେ ରାସ୍ତା କଡ଼ରେ ଠିଆ ହୋଇଥିବା ଏକ ଟ୍ରକ୍ ପଛରେ ପିଟି ହୋଇଥିଲା। ଫଳରେ ଘଟଣାସ୍ଥଳରେ ଆଇରନ୍ ବୋଝେଇ ଟ୍ରକ୍ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ନରହରି ପ୍ରଧାନ। ତାଙ୍କ ଘର ଖୋର୍ଦ୍ଧା ଜିଲ୍ଲାର ମୋଟା ଗାଁରେ।
ଆଜି ସକାଳେ ଏହି ଦୁର୍ଘଟଣା ଘଟିଛି। ଖବର ପାଇ ମହାକାଳପଡା ଓ ମାର୍ଶାଘାଇର ଅଗ୍ନିଶମ ବିଭାଗର କର୍ମଚାରୀ ପହଞ୍ଚି ଟ୍ରକ୍କୁ କାଟି ମୃତ ଡ୍ରାଇଭରଙ୍କୁ ବାହାର କରିଥିଲେ। ଏଥିସହ ମାର୍ଶାଘାଇ ପୁଲିସ୍ ଟ୍ରକ୍କୁ ଜବତ କରି ତଦନ୍ତ ଜାରି ରଖିଛି।
from Odisha Reporter https://ift.tt/3ccRAhW
No comments:
Post a Comment