ଆସୁଛି ସଲ୍‌ମାନ୍‌ଙ୍କ ନୂଆ ଶୋ’ ‘ହାଉସ୍ ଅଫ୍ ଭାଇଜାନ୍’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 31, 2020

ଆସୁଛି ସଲ୍‌ମାନ୍‌ଙ୍କ ନୂଆ ଶୋ’ ‘ହାଉସ୍ ଅଫ୍ ଭାଇଜାନ୍’

ମୁମ୍ବାଇ: ଲକ୍‌ଡାଉନ୍‌ ପାଇଁ ଅନ୍ୟ ସବୁ କ୍ଷେତ୍ର ପରି ଫିଲ୍ମ ଇଣ୍ଡଷ୍ଟ୍ରୀର କାମ ମଧ୍ୟ ଠପ୍ ହୋଇ ରହିଛି। ହେଲେ ଭାଇଜାନ୍ ତାଙ୍କ ଫ୍ୟାନ୍‌ମାନଙ୍କ ପାଇଁ ନେଇ ଆସୁଛନ୍ତି ଏକ ନୂଆ ଶୋ’। ଏହି ଶୋ’ ଜରିଆରେ ଫ୍ୟାନ୍‌ମାନେ ସଲମାନଙ୍କୁ ଆହୁରି ନିକଟରୁ ଜାଣିବାର ସୁଯୋଗ ପାଇବେ। କାରଣ ଏହି ସିରିଜ୍‌ଟି ତାଙ୍କ ବ୍ୟକ୍ତିଗତ ଜୀବନ ଉପରେ ହିଁ ଦେଖାଯିବ।

View this post on Instagram

Hmmmm….

A post shared by Salman Khan (@beingsalmankhan) on

ସୂଚନା ଅନୁଯାୟୀ, ସଲ୍‌ମାନ୍‌ଙ୍କ ଏହି ଶୋ’ର ନାଁ ରହିବ ’ହାଉସ୍ ଅଫ୍ ଭାଇଜାନ’। ଏଥିରେ ସେ ତାଙ୍କ କ୍ୱାରେଣ୍ଟାଇନ୍‌ ଜୀବନ ଦେଖାଇବେ। ତାଙ୍କର ଏହି ନୂଆ ଶୋ’ଟି କଲର୍ସ ଟିଭିରେ ପ୍ରସାରିତ ହେବ। ଏହି ଶୋ’ ମାଧ୍ୟମରେ ଲକ୍‌ଡାଉନ୍‌ବେଳେ ସଲ୍‌ମାନ୍‌ ଫାର୍ମ ହାଉସରେ କିପରି ଜୀବନ କାଟୁଛନ୍ତି, ତାହା ଜାଣିପାରିବେ। ଏହି ଶୋ’କୁ ଫ୍ୟାନ୍ ଫିଲ୍ମର ଅଭିନେତ୍ରୀ ୱାଲୁସ୍କା ଡି’ସୌଜା ହୋଷ୍ଟ କରିବେ। ତେବେ ସଲ୍‌ମାନ୍‌ଙ୍କ ସହ ଏହି ଶୋ’ରେ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡେଜ୍, ୟୁଲିଆ ଭନ୍ତୁର ଏବଂ ଆୟୁଷ ଶର୍ମା ମଧ୍ୟ ନଜର ଆସିବେ। ଏମାନଙ୍କ ବ୍ୟତୀତ ଫାର୍ମ ହାଉସର କର୍ମଚାରୀମାନେ ମଧ୍ୟ ଏହାର ଅଂଶ ହେବେ।

ଏହି ଶୋ’ରେ ୧୦ ରୁ ୧୨ଟି ଏପିସୋଡ୍ ରହିବ। ବର୍ତ୍ତମାନ ସୁଦ୍ଧା ଅଧିକାଂଶ ଏପିସୋଡ୍ ଶୁଟ୍ ହୋଇସାରିଛି ଏବଂ ଏବେ ଏହାର ଏଡିଟିଂ ଚାଲିଛି। ଏହି ଶୋ’ ସଲମାନଙ୍କ ପ୍ରଡକ୍ସନ୍ ହାଉସ୍ ଦ୍ୱାରା ପ୍ରସ୍ତୁତ କରାଯାଉଛି।



from Odisha Reporter https://ift.tt/3dkWcUq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages