ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେ ଝାରସୁଗୁଡ଼ା ଜିଲ୍ଲାର ବୋଲି ଜଣାପଡ଼ିଛି। ଏହା ସହିତ ଝାରସୁଗୁଡ଼ା ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ରେ ପହଞ୍ଚିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।
ଝାରସୁଗୁଡ଼ାରୁ ପ୍ରଥମେ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କର ଚିକିତ୍ସା ଚାଲିଛି। ତାଙ୍କର ପଶ୍ଚିମବଙ୍ଗ୍ ଲିଙ୍କ୍ ରହିଥିଲା। ନୂତନ ଭାବେ ଚିହ୍ନଟ କରୋନା ପଜିଟିଭ୍ ଜଣେ ମହିଳା। ତାଙ୍କ ବୟସ ୪୦ ବର୍ଷ। ସେ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା କୁହାଯାଇଛି।
ଝାରସୁଗୁଡ଼ାରେ ଦ୍ୱିତୀୟ ପଜିଟିଭ୍ ଚିହ୍ନଟ ହେବା ପରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬୦କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବ୍ସାଇଟ୍ରେ ଦିଆଯାଇଥିବା ସୂଚନା ଅନୁଯାୟୀ, ଏହି ୧୬୦ ଆକ୍ରାନ୍ତଙ୍କ ମଧ୍ୟରୁ ୫୬ ଜଣ ସୁସ୍ଥ ହୋଇସାରିଛନ୍ତି। ୧୦୩ ଜଣ ଚିକିତ୍ସାଧୀନ ଥିବା ବେଳେ ଜଣଙ୍କ ମୃତ୍ୟୁ ଘଟିଛି।
from Odisha Reporter https://ift.tt/3aVwAM4
No comments:
Post a Comment