ଆରୋଗ୍ୟ ସେତୁ ଆପ୍: ରାହୁଲଙ୍କ ଅଭିଯୋଗର ଜବାବ ରଖିଲେ ରବିଶଙ୍କର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, May 2, 2020

ଆରୋଗ୍ୟ ସେତୁ ଆପ୍: ରାହୁଲଙ୍କ ଅଭିଯୋଗର ଜବାବ ରଖିଲେ ରବିଶଙ୍କର

ନୂଆଦିଲ୍ଲୀ: କରୋନା ମୁକାବିଲା ପାଇଁ କେନ୍ଦ୍ର ସରକାର ଜାରି କରିଥିବା ଆରୋଗ୍ୟ ସେତୁ ଆପକୁ ନେଇ ରାହୁଲ ଗାନ୍ଧୀ ଆଣିଥିବା ଅଭିଯୋଗର ଜବାବ ଦେଇଛନ୍ତି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ରବି ଶଙ୍କର ପ୍ରସାଦ। ରାହୁଲ ଗାନ୍ଧୀ କହିଥିଲେ ଏହି ଆପ୍ ଏକ ଘରୋଇ କମ୍ପାନୀ ଦ୍ୱାରା ତିଆରି ହୋଇଛି। ଏହି ଆପ୍ ନାଗରିକଙ୍କ ଡାଟା ଚୋରୀ କରୁଛି।

ତେବେ ରବି ଶଙ୍କର ପ୍ରସାଦ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ରାହୁଲଙ୍କ ନାମ ନନେଇ ତାଙ୍କୁ ଅଭ୍ୟାସଗତ ମିଛୁଆ ବୋଲି ରବି ଶଙ୍କର ପ୍ରସାଦ କହିଛନ୍ତି। ଏଭଳି ଟୁଇଟ୍ କରିବା ପାଇଁ ବାହାର ଲୋକଙ୍କ ପାଖରୁ ମତାମତ ଆଣନ୍ତୁ ନାହିଁ ବୋଲି ପ୍ରସାଦ ଆହ୍ୱାନ କରିଛନ୍ତି।

ସେ କହିଛନ୍ତି, “ଆରୋଗ୍ୟ ସେତୁ ଆପକୁ ଏବେ ସାରା ବିଶ୍ୱ ପ୍ରଶଂସା କରୁଛି। ଏହା ଏକ ରୋବୁଷ୍ଟ ଡାଟା ସିକ୍ୟୁରିଟି ଆର୍କିଟେକଚର। ଏହି ଆପ ବାହାରୁ କିମ୍ୱା କୌଣସି ଘରୋଇ କମ୍ପାନୀ ତିଆରି କରିନାହିଁ। ଦେଶ କରୋନା ଭଳି ମହାମାରୀ ସହିତ ଲଢ଼େଇ କରୁଛି। ଏଭଳି ସ୍ଥିତିରେ ଯେଉଁମାନେ ଭାରତକୁ ବୁଝି ନାହାନ୍ତି ସେମାନଙ୍କ ମତାମତ ସଂଗ୍ରହ କରି ନିଜେ ଟୁଇଟ୍ କରିବା ଠିକ୍ ନୁହେଁ”।



from Odisha Reporter https://ift.tt/35pmZfe

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages