ଲକ୍ଷେ ମୁହାଁ ଆମେରିକା ମୃତ୍ୟୁସଂଖ୍ୟା, ବ୍ରାଜିଲ ସ୍ଥିତି ବି ଜଟିଳ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 21, 2020

ଲକ୍ଷେ ମୁହାଁ ଆମେରିକା ମୃତ୍ୟୁସଂଖ୍ୟା, ବ୍ରାଜିଲ ସ୍ଥିତି ବି ଜଟିଳ

ୱାଶିଂଟନ: ଚାଇନାରେ ସୃଷ୍ଟି ହୋଇ ସାରା ବିଶ୍ୱକୁ କବଳିତ କରିଥିବା ମହାମାରୀ କରୋନା ଭାଇରସ ଆଗରେ ଆମେରିକା ସ୍ଥିତି ଦୟନୀୟ ହୋଇଛି। ସ୍ଥିତି ଏପରି ହୋଇଛି ବିଶ୍ୱର ଅନ୍ୟତମ ସୁପର ପାୱାର କରୋନା ଯୋଗୁ ଡହଳ ବିକଳ ହେବାରେ ଲାଗିଛି। ବର୍ତ୍ତମାନ ଆମେରିକାରେ କରୋନା ଜନିତ ମୃତ୍ୟୁସଂଖ୍ୟା ଲକ୍ଷେର ନିକଟତର ହେଲାଣି। ସେହିପରି ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୬ ଲକ୍ଷ ପାର କରିଯାଇଛି।

ଧୀରେଧୀରେ ବ୍ରାଜିଲ ସ୍ଥିତି ମଧ୍ୟ ସଂଗୀନ ହେଉଛି। ଖୁବଶୀଘ୍ର ବ୍ରାଜିଲ କରୋନା କ୍ଷତିଗ୍ରସ୍ତ ତାଲିକାର ଦ୍ୱିତୀୟ ସ୍ଥାନରେ ଥିବା ରୁଷକୁ ପଛରେ ପକାଇ ଦେବାର ଆଶଙ୍କା ମଧ୍ୟ ସୃଷ୍ଟି ହୋଇଛି। ରୁଷରେ ୩ ଲକ୍ଷ ୧୭ ହଜାର ୫୫୪ ଜଣ କରୋନାରେ ଆକ୍ରାନ୍ତ ହୋଇଥିବ ବେଳେ ୩୦୯୯ରେ ପହଞ୍ଚି ଯାଇଛି।

ସେହିପରି ବ୍ରାଜିଲରେ ଆକ୍ରାନ୍ତଙ୍କ ସଂଖ୍ୟା ୩,୧୦,୯୨୧ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୨୦,୦୮୨ ଜଣ ପ୍ରାଣ ହରାଇଛନ୍ତି। ଗତ ୨୪ ଘଣ୍ଟାରେ ଏଠାରେ ୧୮,୫୦୦ରୁ ଅଧିକ ନୂଆ ମାମଲା ଗୋଟିଏ ଦିନରେ ଚିହ୍ନଟ ହୋଇଛନ୍ତି। ସେହିପରି ୧୧୮୮ ଜଣ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି।

କରୋନା ୱାର୍ଲ୍ଡ ମିଟରର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଆମେରିକାରେ ୨୮,୧୭୯ଟି ନୂଆ ମାମଲା ସାମ୍ନାକୁ ଆସିଛି। ଫଳରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬,୨୦,୯୦୨ରେ ପହଞ୍ଚି ଯାଇଛି। ସେହିପରି ୨୪ ଘଣ୍ଟାରେ ୧୪୧୮ ଜଣ ଲୋକ ପ୍ରାଣ ହରାଇଛନ୍ତି। ଏହାକୁ ମିଶାଇ ଆମେରିକାରେ କରୋନା ଜନିତ ମୃତ୍ୟୁସଂଖ୍ୟା ୯୬,୩୫୪ରେ ପହଞ୍ଚି ଯାଇଛି।

ତେବେ ଏଠାରେ ୩,୮୨,୧୬୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଦିନକୁ ଦିନ ମୃତ୍ୟୁସଂଖ୍ୟା ବଢ଼ୁଥିବାରୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଶାସନକୁ ଏହା ଅଡ଼ୁଆରେ ପକାଇଛି।

ଅନ୍ୟପକ୍ଷରେ ବିଶ୍ୱ କଥା ଦେଖିଲେ, କରୋନା ବର୍ତ୍ତମାନ ସୁଦ୍ଧା ୨୧୩ଟି ଦେଶ ଓ ୨ଟି ଜାହାଜକୁ ସଂକ୍ରମିତ କରିଛି। ସାରା ବିଶ୍ୱରେ ୫୧,୯୪,୨୧୦ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୩,୩୪,୬୨୧ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ୨୦,୮୧,୫୦୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।



from Odisha Reporter https://ift.tt/2Xj1lFP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages