ତୁଳସୀଙ୍କୁ କାଠ ଫାଳିଆରେ ପିଟି ମାରି ଦେଲେ ଦୁଇ ପୁଅ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 21, 2020

ତୁଳସୀଙ୍କୁ କାଠ ଫାଳିଆରେ ପିଟି ମାରି ଦେଲେ ଦୁଇ ପୁଅ

ବାରିପଦା (ମାଣିକଲାଲ ପାଣି): ଜଣେ ମହିଳାଙ୍କୁ ତାଙ୍କର ଦୁଇ ପୁଅ ପିଟି ପିଟି ମାରି ଦେଇଥିବା ଅଭିଯୋଗ ହୋଇଛି। ଏଭଳି ଏକ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ସାତଭାୟା ଗାଁ ତଳସାହିରେ।

ମୃତ ମହିଳାଙ୍କ ନାଁ ତୁଳସୀ ସିଂ। ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟାରେ ତାଙ୍କର ୫ ପୁଅଙ୍କ ମଧ୍ୟରୁ ୨ ଜଣ ତାଙ୍କ ସହିତ ଝଗଡ଼ା କରିଥିଲେ। ସେତେବେଳେ ସେମାନେ ମଦ ପିଇଥିଲେ। ପାଟିତୁଣ୍ଡ ବେଳେ ଉତକ୍ଷିପ୍ତ ହୋଇ ଦୁହେଁ ତୁଳସୀଙ୍କୁ କାଠ ଫାଳିଆରେ ନିସ୍ତୁକ ମାଡ଼ ମାରିଥିଲେ। ଏହି ଘଟଣା ବେଳେ ତୁଳସୀଙ୍କ ସ୍ୱାମୀ ବିଶୁ ସିଂ ଘରେ ନଥିଲେ। ସେ ଫେରିବା ପରେ ତାଙ୍କ ସାନ ପୁଅ ଘଟଣା ସଂପର୍କରେ ତାଙ୍କୁ କହିଥିଲେ। ପୁଅମାନଙ୍କ ମାଡ଼ରେ ତୁଳସୀଙ୍କୁ ଭାରି ଯନ୍ତ୍ରଣା ହୋଇଥିଲା। ସେ ରାତି ଶୋଇପଡ଼ିଥିଲେ। ହେଲେ ସକାଳ ହେଲା ବେଳକୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଏହା ପରେ ପୁଲିସ୍‌କୁ ଖବର ଦିଆଯାଇଥିଲା। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହିତ ଦୁଇ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି।



from Odisha Reporter https://ift.tt/3cUgrIx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages