ଭଦ୍ରକ (ପାର୍ଥ ସାରଥୀ ନାୟକ): ଚରମ୍ପା ଓଭରବ୍ରିଜ୍ ନିକଟରୁ ୮୧ ଗ୍ରାମ୍ ବ୍ରାଉନ୍ସୁଗର ଜବତ କରିବା ସହିତ ଦୁଇ ଜଣଙ୍କୁ ଗିରଫ କରିଛି କେନ୍ଦ୍ରୀୟ ଅବକାରୀ ଗୁଇନ୍ଦା ବିଭାଗର ଏକ ଟିମ୍। ଅଭିଯୁକ୍ତ ଦ୍ୱୟ ଦୋଳସାହି ଅଞ୍ଚଳର। ଜବତ ବ୍ରାଉନ୍ସୁଗରର ଆନୁମାନିକ ମୂଲ୍ୟ ୧୨ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି କୁହାଯାଇଛି।
ଧଳା ଜହର କାରବାର ଭଦ୍ରକ ଜିଲ୍ଲାରେ ବ୍ୟାପକ ମାତ୍ରା ଚାଲିଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ ଅବକାରୀ ଗୁଇନ୍ଦା ବିଭାଗର ଏକ ଟିମ୍ ସମ୍ପୂର୍ଣ୍ଣ ଭାବେ ବ୍ରାଉନ୍ସୁଗର ବେପାରୀଙ୍କ ଉପରେ ନଜର ରଖିଥିଲା। ଆଉ ଫଳସ୍ୱରୂପ ଆଜି ଏହି ଦୁଇ ଅଭିଯୁକ୍ତ ଧରାପଡ଼ିଛନ୍ତି। ଦୁଇ ଅଭିଯୁକ୍ତ ଏକ ବାଇକ୍ ଯୋଗେ ବ୍ରାଉନ ସୁଗାର ନେଇ ଯାଉଥିବା ବେଳେ ଚରମ୍ପା ଓଭର ବ୍ରିଜ ନିକଟରେ ଅବକାରୀ ଗୁଇନ୍ଦା ବିଭାଗର ଏହି ଟିମ୍ ହାତରେ ଧରାପଡ଼ିଥିଲେ। ସେମାନଙ୍କ ନିକଟରୁ ୮୧ ଗ୍ରାମ ବ୍ରାଉନସୁଗର ସହ ବାଇକଟିକୁ ଜବତ କରିଛି ଅବକାରୀ ବିଭାଗ।
from Odisha Reporter https://ift.tt/2ZS9FiB
No comments:
Post a Comment