ରାଜ୍ୟରେ ଆଉ ୧୨୯ କରୋନା ଆକ୍ରାନ୍ତ ଚିହ୍ନଟ, ୧୯ଶହ ଟପିଲା ସଂଖ୍ୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, May 30, 2020

ରାଜ୍ୟରେ ଆଉ ୧୨୯ କରୋନା ଆକ୍ରାନ୍ତ ଚିହ୍ନଟ, ୧୯ଶହ ଟପିଲା ସଂଖ୍ୟା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଉ ୧୨୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୯୪୮ରେ ପହଞ୍ଚିଯାଇଛି। ସେମାନଙ୍କ ମଧ୍ୟରୁ ୧୦୫୦ ଜଣ ସୁସ୍ଥ ହୋଇସାରିଥିବା ବେଳେ ୮୮୯ ଜଣ ଚିକିତ୍ସାଧୀନ ଅଛନ୍ତି। ୭ ଜଣଙ୍କ ମୃତ୍ୟୁ ଘଟିଛି। ଆଉ ୨ ଆକ୍ରାନ୍ତ ପ୍ରାଣ ହରାଇଥିଲେ ମଧ୍ୟ ସେମାନଙ୍କ ମୃତ୍ୟୁ କରୋନା ଯୋଗୁ ହୋଇନାହିଁ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

ନୂତନ ଭାବେ ଚିହ୍ନଟ ୧୨୯ ଆକ୍ରାନ୍ତଙ୍କ ମଧ୍ୟରୁ ୧୧୯ ଜଣ କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ଥିଲେ। ବାକି ୧୦ ଜଣ ସ୍ଥାନୀୟ ଅଞ୍ଚଳର।

୧୯ଟି ଜିଲ୍ଲାରୁ ଏହି ନୂଆ କରୋ଼ନା ଆକ୍ରାନ୍ତମାନଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ମଧ୍ୟରେ କେନ୍ଦ୍ରାପଡ଼ା ଜିଲ୍ଲାରୁ ସର୍ବାଧିକ ୧୮ ଜଣ ଅଛନ୍ତି। ସେହିପରି ଗଜପତିରୁ ୧୬ ଜଣ, ନୂଆପଡ଼ାରୁ ୧୨, ବଲାଙ୍ଗିରରୁ ୧୧,  ଗଞ୍ଜାମରୁ ୧୦, ଯାଜପୁରରୁ ୧୦, ଖୋର୍ଦ୍ଧାରୁ ୭, ପୁରୀରୁ ୪, ବାଲେଶ୍ୱର, ସୁନ୍ଦରଗଡ଼, ମୟୂରଭଞ୍ଜ ଓ ବରଗଡ଼ରୁ ୬ ଜଣ ଲେଖାଏଁ, କଟକରୁ ୫, ଦେବଗଡ଼ରୁ ୪, କେନ୍ଦୁଝରରୁ ୩, ଜଗତସିଂହପୁରରୁ ୨, ମାଲକାନଗିରି, ଢେଙ୍କାନାଳ ଓ ସମ୍ବଲପୁରରେ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି।

୧୮ଟି ନୂଆ କେସ୍ ସହିତ କେନ୍ଦ୍ରାପଡ଼ା ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୯ (୪୦ ସୁସ୍ଥ, ୪୯ ଚିକିତ୍ସାଧୀନ)ରେ ପହଞ୍ଚିଛି। ଗଜପତିରେ ୧୬ ନୂଆ ଆକ୍ରାନ୍ତଙ୍କ ସହିତ ମୋଟ ସଂଖ୍ୟା ୩୬ରେ ପହଞ୍ଚିଛି ଓ ସମସ୍ତେ ଚିକିତ୍ସାଧୀନ ଅଛନ୍ତି। ନୂଆପଡ଼ାରେ ଆକ୍ରାନ୍ତଙ୍କ ସଂଖ୍ୟା ୩୦ରେ ପହଞ୍ଚିଯାଇଛି। ଏଠାରେ ବି ସମସ୍ତେ ଚିକିତ୍ସାଧୀନ ରହିଛନ୍ତି। ବଲାଙ୍ଗିରରେ ୧୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୋଟ ସଂଖ୍ୟା ୮୦ (୬ ସୁସ୍ଥ, ୭୪ ଚିକିତ୍ସାଧୀନ)ରେ ପହଞ୍ଚିଛି।

ଗଞ୍ଜାମ ଓ ଯାଜପୁର ଜିଲ୍ଲାରୁ ୧୦ ଜଣ ଲେଖାଏଁ ଚିହ୍ନଟ ହୋଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଯଥାକ୍ରମେ ୪୧୪ (୩୧୮ ସୁସ୍ଥ, ୯୩ ଚିକିତ୍ସାଧୀନ, ୩ ମୃତ) ଓ ୨୬୯ (୧୭୪ ସୁସ୍ଥ, ୯୫ ଆକ୍ରାନ୍ତ)ରେ ପହଞ୍ଚିଛି।

ବାଲେଶ୍ୱର, ସୁନ୍ଦରଗଡ଼, ମୟୂରଭଞ୍ଜ ଓ ବରଗଡ଼ ଜିଲ୍ଲାରୁ ୬ ଜଣ ଲେଖାଏଁ ଚିହ୍ନଟ ହୋଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଯଥାକ୍ରମେ ୧୫୨ (୧୨୧ ସୁସ୍ଥ, ୩୦ ଚିକିତ୍ସାଧୀନ), ୫୪ (୨୭ ସୁସ୍ଥ, ୨୭ ଚିକିତ୍ସାଧୀନ), ୨୩ (୧୧ ସୁସ୍ଥ, ୧୨ ଚିକିତ୍ସାଧୀନ) ଓ ୮ (ସମସ୍ତେ ଚିକିତ୍ସାଧୀନ)ରେ ପହଞ୍ଚିଛି।

କଟକରେ ଆଉ ୫ ଚିହ୍ନଟ ହେବା ପରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ରେ ପହଞ୍ଚି ଯାଇଛି। ସେମାନଙ୍କ ମଧ୍ୟରୁ ୩୫ ଜଣ ସୁସ୍ଥ ହୋଇସାରିଥିବା ବେଳେ ୬୪ ଜଣ ଚିକିତ୍ସାଧୀନ ଅଛନ୍ତି। ଏଠାରେ ଜଣଙ୍କର ମୃତ୍ୟୁ ଘଟିଛି।

ଦେବଗଡ଼ରୁ ୪ ଜଣ ଚିହ୍ନଟ ହୋଇଥିବା ବେଳେ ମୋଟ ସଂଖ୍ୟା ୩୨ (୨ ସୁସ୍ଥ, ୩୦ ଚିକିତ୍ସାଧୀନ)ରେ ପହଞ୍ଚିଛି। କେନ୍ଦୁଝରରୁ ୩ ଜଣ ଚିହ୍ନଟ ହୋଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୫ (୮ ସୁସ୍ଥ, ୧୭ ଚିକିତ୍ସାଧୀନ)ରେ ପହଞ୍ଚିଛି। ଜଗତସିଂହପୁରରୁ ୨ ଜଣ ଚିହ୍ନଟ ହୋଇଥିବା ବେଳେ ମୋଟ ସଂଖ୍ୟା ୬୮ (୨୮ ସୁସ୍ଥ, ୪୦ ଚିକିତ୍ସାଧୀନ)ରେ ପହଞ୍ଚିଛି। ମାଲକାନଗିରି, ଢେଙ୍କାନାଳ ଓ ସମ୍ବଲପୁରରେ ଜଣେ ଲେଖାଏଁ ଚିହ୍ନଟ ହୋଇଥିବା ବେଳେ ମୋଟ ସଂଖ୍ୟା ଯଥାକ୍ରମେ ୨୦ (୨ସୁସ୍ଥ, ୧୮ ଚିକିତ୍ସାଧୀନ), ୧୯ (୧ ସୁସ୍ଥ, ୧୮ ଚିକିତ୍ସାଧୀନ) ଓ ୯ (୩ ସୁସ୍ଥ, ୬ ଚିକିତ୍ସାଧୀନ)ରେ ପହଞ୍ଚିଛି।



from Odisha Reporter https://ift.tt/2XggtFd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages