ବାପାମା’ଙ୍କ ନିବେଦନ ସତ୍ତ୍ୱେ ଆତ୍ମସମର୍ପଣ କଲେନି, ୨ ଆତଙ୍କୀ ନିହତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 29, 2020

ବାପାମା’ଙ୍କ ନିବେଦନ ସତ୍ତ୍ୱେ ଆତ୍ମସମର୍ପଣ କଲେନି, ୨ ଆତଙ୍କୀ ନିହତ

କୁଲଗାମ: ଜମ୍ମୁ-କଶ୍ମୀରର କୁଲଗାମ ଜିଲ୍ଲାରେ ଆଜି ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। କୁଲଗାମର ୱାମପୋରାରେ ଏହି ଦୁଇ ଆତଙ୍କବାଦୀ ଲୁଚିଥିଲେ। ସେମାନଙ୍କୁ ଧରିବା ପାଇଁ ସୁରକ୍ଷାକର୍ମୀଙ୍କ ପକ୍ଷରୁ କର୍ଡନ କରାଯାଇଥିଲା।

ସେମାନଙ୍କୁ ପ୍ରଥମେ ଆତ୍ମସମର୍ପଣ କରିବାକୁ କୁହାଯାଇଥିଲା। ତେବେ ସେମାନେ ଶୁଣି ନଥିଲେ। ପରେ ସେମାନଙ୍କୁ ଚିହ୍ନଟ କରାଯାଇ ଦୁଇ ଆତଙ୍କବାଦୀଙ୍କ ବାପାମା’ଙ୍କୁ ଘଟଣାସ୍ଥଳକୁ ଅଣାଯାଇଥିଲେ। ପରିବାର ଲୋକ ଆତଙ୍କୀ ଦ୍ୱୟଙ୍କୁ ଆତ୍ମସମର୍ପଣ କରିବାକୁ ବୁଝାଇଥିଲେ।

ତଥାପି ସେମାନେ ବୁଝି ନଥିଲେ। ବରଂ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ଶେଷରେ ସୁରକ୍ଷାକର୍ମୀମାନେ ଉଭୟଙ୍କୁ ଗୁଳି କରିବାକୁ ବାଧ୍ୟ ହୋଇଥିଲେ।

ପ୍ରଥମେ ସେମାନେ ଲସ୍କରର ସହଯୋଗୀ ବୋଲି କୁହାଯାଇଥିଲା। ହେଲେ ସେନା ପକ୍ଷରେ ଏହି ଆତଙ୍କୀ ଦ୍ୱୟ ହିଜବୁଲ ମୁଜାହିଦ୍ଦିନର ସଦସ୍ୟ ବୋଲି କୁହାଯାଇଛି।

ଏହାପୂର୍ବରୁ ସୋମବାର କୁଲଗାମର ଦମହାଲ ହାଞ୍ଜିପୋରାରେ ଜଣେ ଆତଙ୍କବାଦୀ ନିହତ ହୋଇଥିଲା।



from Odisha Reporter https://ift.tt/2TUSolj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages