ବାତ୍ୟା ଆଶ୍ରୟସ୍ଥଳ ଏବେ କ୍ୱାରେଣ୍ଟାଇନ୍‌ ସେଣ୍ଟର, ଲୋକେ ଆଶ୍ରୟ ନେବେ କେଉଁଠି? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 15, 2020

ବାତ୍ୟା ଆଶ୍ରୟସ୍ଥଳ ଏବେ କ୍ୱାରେଣ୍ଟାଇନ୍‌ ସେଣ୍ଟର, ଲୋକେ ଆଶ୍ରୟ ନେବେ କେଉଁଠି?

ବାଲେଶ୍ୱର (ଓଡ଼ିଶା ରିପୋର୍ଟର): ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଉତ୍ତର ଓଡ଼ିଶା ପ୍ରଭାବିତ ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ପରେ ବାଲେଶ୍ୱର ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି । ହେଲେ ଜିଲ୍ଲାରେ ଥିବା ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀରୁ ଅଧିକାଂଶକୁ କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ପରିଣତ କରାଯାଇଛି। ତେଣୁ ବାତ୍ୟା ପରିସ୍ଥିତି ଉପୁଜିଲେ ଲୋକଙ୍କୁ କେଉଁଠି ରଖାଯିବ, ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଉଲ୍ଲେଖଯୋଗ୍ୟ ଯେ, ଗତକାଲି ଆୟୋଜିତ ବୈଠକ ପରେ ସମ୍ଭାବ୍ୟ ବାତ୍ୟା ପରିସ୍ଥିତିର ମୁକାବିଲା ନିମନ୍ତେ ପ୍ରସ୍ତୁତ ରହିବାକୁ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂପୁର ଜିଲ୍ଲାପାଳଙ୍କୁ ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍‌ଆର୍‌ସି) ପରାମର୍ଶ ଦେଇଥିଲେ। ଏହାପରେ ବାଲେଶ୍ୱର ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି  ଆରମ୍ଭ ହୋଇଯାଇଛି।  ବାତ୍ୟାସ୍ଥଳୀଗୁଡ଼ିକରେ ବିଦ୍ୟୁତ୍‌ ସଂଯୋଗ, ପିଇବା ପାଣି, ଶୁଖିଲା ଖାଦ୍ୟ ମହଜୁଦ ରଖିବା ପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଉଛି ।

ଜିଲ୍ଲାରେ ୧୪୦ଟି ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ  ଥିବା ବେଳେ ସେଥି ମଧ୍ୟରୁ ୫୮ଟିରେ କ୍ୱାରେଣ୍ଟାଇନ୍‌ ସେଣ୍ଟର ହୋଇଛି। ଆଉ ସେଥିରେ ପ୍ରବାସୀ ଓଡ଼ିଆମାନେ ରହିଛନ୍ତି। ତେଣୁ ବାତ୍ୟା ସମୟରେ ଯେଉଁ ଲୋକମାନେ ନିକଟସ୍ଥ ଆଶ୍ରୟ ସ୍ଥଳୀରେ ଆସି ରହିଥା’ନ୍ତି, ସେମାନେ କେଉଁଠି ରହିବେ, ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।



from Odisha Reporter https://ift.tt/2LyWvic

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages