ଭୟଙ୍କର ସଡ଼କ ଦୁର୍ଘଟଣା: ଚାଲିଗଲା ୨୩ ପ୍ରବାସୀ ଶ୍ରମିକଙ୍କ ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 15, 2020

ଭୟଙ୍କର ସଡ଼କ ଦୁର୍ଘଟଣା: ଚାଲିଗଲା ୨୩ ପ୍ରବାସୀ ଶ୍ରମିକଙ୍କ ଜୀବନ

ନୂଆଦିଲ୍ଲୀ: ପୁଣିଥରେ ସଡ଼କ ଦୁର୍ଘଟଣାରେ ପ୍ରବାସୀ ଶ୍ରମିକଙ୍କ ଜୀବନ ଯାଇଛି। ଉତ୍ତର ପ୍ରଦେଶର ଔରୈୟାରେ ପ୍ରବାସୀ ଶ୍ରମିକଙ୍କୁ ନେଇ ଆସୁଥିବା ଏକ ଟ୍ରକ ଆଉ ଏକ ଟ୍ରକ ସହ ମୁହାଁମୁହିଁ ଧକ୍କା ହେବାରୁ ୨୩ ଜଣଙ୍କ ଜୀବନ ଯାଇଛି। ସେହିପରି ଏହି ଦୁର୍ଘଟଣାରେ ୧୫ ଜଣ ଗୁରୁତର ଆହତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଅଧିକାଂଶ ଶ୍ରମିକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଆଗକୁ ମୃତ୍ୟୁସଂଖ୍ୟା ବଢ଼ିବାର ଆଶଙ୍କା ପ୍ରକାଶ ପାଇଛି।

ସମସ୍ତ ଆହତଙ୍କୁ ଜିଲ୍ଲା ହସ୍ପିଟାଲ ଓ ସୈଫାଇ ପିଜିଆଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଜିଲ୍ଲାର ଉଚ୍ଚପଦସ୍ଥ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିର ସମୀକ୍ଷା ଆରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘଟଣାରେ ଗଭୀର ଶୋକ ପ୍ରକାଶ କରିବା ସହ ଆହତଙ୍କ ମାଗଣା ଚିକିତ୍ସା ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଔରୈୟା ଡିଏମ ଅଭିଷେକ ସିଂହ କହିଛନ୍ତି, ଟ୍ରକଟି ରାଜସ୍ଥାନରୁ ଆସୁଥିଲା। ଏଥିରେ ବିହାର, ଝାରଖଣ୍ଡ ଓ ପଶ୍ଚିମବଙ୍ଗର ଅଧିକାଂଶ ଶ୍ରମିକ ଥିଲେ। ତେବେ ରାତି ପ୍ରାୟ ୩.୩୦ରେ ଟ୍ରକ୍‌ଟି ସାମ୍ନା ପଟୁ ଆସୁଥିବା ଆଉ ଏକ ଟ୍ରକ୍‌କୁ ଧକ୍କା ଦେଇଥିଲା। ଫଳରେ ଦୁଇଟି ଯାକ ଟ୍ରକ୍‌ ରାସ୍ତାରେ ଓଲଟି ପଡ଼ିଥିଲା। ଫଳରେ ବର୍ତ୍ତମାନ ସୁଦ୍ଧା ୨୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୧୫ରୁ ୨୦ ଜଣଙ୍କୁ ହସ୍ପିଟାଲକୁ ନିଆଯାଇଛି ବୋଲି ସେ ସୂଚନା ଦେଇଛନ୍ତି।

ମାର୍ଚ୍ଚ ୨୫ରୁ ଦେଶରେ କରୋନା ଲକଡାଉନ ଜାରି କରାଯାଇଛି। ଏହି କାରଣରୁ ବିଭିନ୍ନ ସ୍ଥାନରେ ପ୍ରବାସୀ ଶ୍ରମିକମାନେ ଫସି ରହିଛନ୍ତି। ଦିନକୁ ଦିନ ଲକଡାଉନର ସମୟସୀମା ବଢ଼ୁଥିବା ବେଳେ ପ୍ରବାସୀ ଶ୍ରମିକଙ୍କ ଦୁର୍ଦ୍ଦଶା ମଧ୍ୟ ବଢ଼ୁଛି। ଭୋକ କଷ୍ଟ ସହି ନ ପାରି କିଏ ଶହଶହ କିମି ଚାଲିଚାଲି ନିଜ ରାଜ୍ୟକୁ ଫେରୁଥିବା ବେଳେ ଆଉ କିଏ ବସ୍‌, ଟ୍ରକ କିମ୍ବା ସାଇକେଲରେ ଫେରୁଛନ୍ତି।

ସରକାର ଅବଶ୍ୟ ପ୍ରବାସୀଙ୍କ ପାଇଁ ସ୍ୱତନ୍ତ୍ର ଶ୍ରମିକ ସ୍ପେଶାଲ ଟ୍ରେନ ଚାଲୁ କରୁଛନ୍ତି। ହେଲେ ବିଭିନ୍ନ ରାଜ୍ୟରେ ଫସି ରହିଥିବା କୋଟିକୋଟି ଶ୍ରମିକଙ୍କ ପାଇଁ ଏହା ଯଥେଷ୍ଟ ହେଉନାହିଁ। ଟ୍ରେନରେ ଯିବାକୁ ଅପେକ୍ଷା ନ କରି ସେମାନେ ବିପଦସଙ୍କୁଳ ଅବସ୍ଥାରେ ନିଜ ନିଜ ରାଜ୍ୟକୁ ଫେରୁଛନ୍ତି। ଏହି କାରଣରୁ କେତେବେଳେ ରେଳ ଧାରଣାରେ ତ କେତେବେଳେ ସଡ଼କରେ ସେମାନଙ୍କ ଜୀବନ ଯାଉଛି।



from Odisha Reporter https://ift.tt/3cCZQc6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages