ବାଇକ୍‌କୁ ପିଟିଦେଲା ବାଇକ୍‌, ଚାଲିଗଲା ୩ ଜୀବନ‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, May 16, 2020

ବାଇକ୍‌କୁ ପିଟିଦେଲା ବାଇକ୍‌, ଚାଲିଗଲା ୩ ଜୀବନ‌

ଆନନ୍ଦପୁର(ମୁନା ସିଂ); ଆନନ୍ଦପୁର ଥାନା ଗହଳମୁଣ୍ଡା କଲୋନୀ ସାହିରେ ୨ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ  ୩ ଜଣଙ୍କ  ମୃତ୍ୟୁ ହୋଇଛି । ମୃତକ ୩ ଜଣ ହେଲେ କୋଠଡିହା ଗାଁର ସିଙ୍ଗରାଇ ଜଙ୍କ, ଗହଳମୁଣ୍ଡା ଗାଁର ବନମାଳୀ ଗାଗରାଇ ଓ ଅଜୟ ଦିଗାର। ଏହି ଦୁର୍ଘଟଣାରେ ସିଙ୍ଗରାଇଙ୍କ ୮ ବର୍ଷର ପୁଅ ମଧ୍ୟ ଆହତ ହୋଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ,  ସିଙ୍ଗରାଇ  ନିଜ  ଅସୁସ୍ଥ ପୁଅକୁ  ଆନନ୍ଦପୁର ଡାକ୍ତରଖାନା ନେଇ ଗତକାଲି ରାତିରେ ଘରକୁ ଫେରୁଥିଲେ। ସେହି ସମୟରେ ବିପରୀତ ଦିଗରୁ ବନମାଳୀ ଗାଗରାଇ ଓ ଅଜୟ ଦିଗାର ନାମକ ୨ ଯୁବକ ଏକ ବାଇକ୍‌ରେ  ଦ୍ରୁତ ଗତିରେ ଆସୁଥିଲେ। ଗହଳମୁଣ୍ଡା କଲୋନୀ ସାହି ନିକଟରେ ୨ଟି ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା।

ଘଟଣାସ୍ଥଳରେ ସିଙ୍ଗରାଇ ଓ ବନମାଳୀଙ୍କ ମୃତ୍ୟୁ ହୋଇଥିଲା। ସ୍ଥାନୀୟ ଲୋକଙ୍କ ସହାୟତାରେ ଅଜୟଙ୍କୁ ସେଠାରୁ ଉଦ୍ଧାର କରାଯାଇ ପ୍ରଥମେ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡମେଡିକାଲ ପଠାଯାଇଥିଲା। ସେଠାରେ ଅଜୟଙ୍କ ମୃତ୍ୟୁ ହୋଇଥିଲା।  ଏହି ଦୁର୍ଘଟଣାରେ ସିଙ୍ଗରାଇଙ୍କ ୮ ବର୍ଷର ପୁଅ ଆହତ ହୋଇଥିବା ବେଳେ ଆନନ୍ଦପୁର ମେଡିକାଲରେ ଚିକିତ୍ସାଧୀନ ଥିବା ଜଣାଯାଇଛି। ମୃତ ୩ ଜଣ ଶ୍ରମିକ ଶ୍ରେଣୀର ହୋଇଥିବାରୁ ସେମାନଙ୍କ ପରିବାର ସମ୍ପୂର୍ଣ୍ଣ ଅସହାୟ ହୋଇ ପଡ଼ିଛନ୍ତି।

 



from Odisha Reporter https://ift.tt/2WF3igJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages