ବିଦ୍ୟୁତ୍‌ ଖୁଣ୍ଟରୁ ପଡ଼ି ଆଖି ବୁଜିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, May 16, 2020

ବିଦ୍ୟୁତ୍‌ ଖୁଣ୍ଟରୁ ପଡ଼ି ଆଖି ବୁଜିଲେ

ଖଲ୍ଲିକୋଟ(ସିଲୁ ବିଶ୍ୱାଳ): ବିଦ୍ୟୁତ୍‌ ଖୁଣ୍ଟରେ ଚଢ଼ି କାମ କରୁଥିବା ବେଳେ ତଳେ ପଡ଼ି ପ୍ରାଣ ହରାଇଛନ୍ତି ଲାଇନ ମ୍ୟାନ୍‌ ସତ୍ୟନାରାୟଣ ସାହୁ। ସତ୍ୟନାରାୟଣ ଗଂଜାମ ଜିଲ୍ଲା ଖଲ୍ଲିକୋଟ ସାଉଥକୋ ବିଦ୍ୟୁତ୍‌ ଉପଖଣ୍ଡରେ ଅସ୍ଥାୟୀ କର୍ମଚାରୀ ଭାବେ କାର୍ଯ୍ୟ କରୁଥିବା ବେଳେ ଗତକାଲି ଏହି ଅଘଟଣ ଘଟିଛି।

ଖଲ୍ଲିକୋଟ ଥାନା ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଗ୍ରାମର ସତ୍ୟନାରାୟଣ ଗତ କାଲି ଅପରାହ୍ନରେ ଏକ ବିଦ୍ୟୁତ ଖୁଣ୍ଟ ଉପରେ ଚଢି ମରାମତି କରିବା ସମୟରେ ତଳେ କଚାଡି ହୋଇ ପଡ଼ିଥିଲେ ।  ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଉଥିଲା। ହେଲେ ଅଧ ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିଲା । ବ୍ରହ୍ମପୁରରେ ଶବ ବ୍ୟବଚ୍ଛେଦ ପରେ ସନ୍ଧ୍ୟାରେ ମୃତଦେହ ଖଲ୍ଲିକୋଟ ବିଦ୍ୟୁତ କାର୍ଯ୍ୟାଳୟରେ  ପହଞ୍ଚିବା ପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା ।

ପରିବାର ଲୋକେ  କ୍ଷତିପୂରଣ ଦାବି କରି ଆସ୍କା- ଭୁବନେଶ୍ୱର ରାଜ୍ୟ ରାଜପଥରେ ଧରଣାରେ ବସିବା ସହ ବିଳମ୍ବିତ ରାତି ପର୍ଯ୍ୟନ୍ତ ରାସ୍ତାରୋକ କରିଥିଲେ l ଘଟଣାସ୍ଥଳରେ ବିଭାଗୀୟ ଅଧିକାରୀ , ସ୍ଥାନୀୟ ତହସିଲଦାର, ଥାନା ଅଧିକାରୀ ପ୍ରମୁଖ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲେ। ପରେ ପରିବାରର ସମସ୍ତ ଦାବି ପୂରଣ ପାଇଁ ଲିଖିତ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ହଟିଥିଲା l

 



from Odisha Reporter https://ift.tt/2WEyqNa

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages