ମୁମ୍ବାଇ: ମହାମାରୀ କାରୋନା ଭାଇରସ ଯୋଗୁ ମହାରାଷ୍ଟ୍ର ସ୍ଥିତି ଅଣାୟତ୍ତ ହୋଇପଡ଼ିଛି। ଯେତେ ଯାହା କଲେ ମଧ୍ୟ ରାଜ୍ୟରେ କରୋନା ସଂକ୍ରମଣ ଥମିବାର ନାଁ ଧରୁନି। ଲକଡାଉନ ଓ କର୍ଫ୍ୟୁ ସତ୍ତ୍ୱେ ପ୍ରତିଦିନ ରେକର୍ଡ ସଂଖ୍ୟକ କରୋନା ରୋଗୀ ସାମ୍ନାକୁ ଆସିବାରେ ଲାଗିଛନ୍ତି।
ଶୁକ୍ରବାର ନୂଆ କରୋନା ରୋଗୀ ଚିହ୍ନଟ ମାମଲାରେ ମହାରାଷ୍ଟ୍ର ସବୁ ରେକର୍ଡ ଭାଙ୍ଗି ଦେଇଛି। ଦେଶରେ ୬ ହଜାର ୩୦୦ରୁ ଅଧିକ ପଜିଟିଭ ମାମଲା ସାମ୍ନାକୁ ଆସିଥିବା ବେଳେ କେବଳ ମହାରାଷ୍ଟ୍ରରେ ପ୍ରାୟ ୩ ହଜାର ନୂଆ ମାମଲା ଚିହ୍ନଟ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୪୫ ହଜାରର ନିକଟତର ହୋଇଛି।
ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ଶୁକ୍ରବାର ମହାରାଷ୍ଟ୍ରରେ ୨୯୪୦ଟି ନୂଆ ପଜିଟିଭ କେସ ଚିହ୍ନଟ ହୋଇଛି। କରୋନା ଭାରତରେ ପ୍ରବେଶ କରିବା ଦିନଠାରୁ କେବେ ହେଲେ ଗୋଟିଏ ଦିନରେ ଏତେ ସଂଖ୍ୟକ କରୋନା ରୋଗୀ ଚିହ୍ନଟ ହୋଇ ନଥିଲେ। ହେଲେ ଶୁକ୍ରବାର ମହାରାଷ୍ଟ୍ର ସ୍ଥିତି ଅତ୍ୟନ୍ତ ସଂଗୀନ ହୋଇଯାଇଛି।
ନୂଆ ମାମଲାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୪,୫୮୨ ଛୁଇଁଛି। ତେବେ ୨୪ ଘଣ୍ଟାରେ ୮୫୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏଯାଏ ରାଜ୍ୟରେ ୧୨,୫୮୩ ଜଣ କରୋନା ରୋଗୀ ଆରୋଗ୍ୟ ଲାଭ କଲେଣି। ବିଭାଗ ପକ୍ଷରୁ କୁହାଯାଇଛି ଯେ ୨୪ ଘଣ୍ଟାରେ ପୁଣି ୬୩ ଜଣ କରୋନା ରୋଗରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି। ଫଳରେ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧୫୧୭ ଛୁଇଁଛି। ଏବେ ବିଭିନ୍ନ ହସ୍ପିଟାଲରେ ୩୦,୪୭୪ ଜଣ ଲୋକ ଚିକିତ୍ସିତ ହେଉଛନ୍ତି।
ଶୁକ୍ରବାର କେବଳ ମୁମ୍ବାଇରେ ୧୭୫୧ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୨୭ ଜଣଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ମୁମ୍ବାଇରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୭,୦୬୮ ରହିଥିବା ବେଳେ ମୃତ୍ୟୁସଂଖ୍ୟା ୯୦୯କୁ ବୃଦ୍ଧି ପାଇଛି।
from Odisha Reporter https://ift.tt/2TtZexG
No comments:
Post a Comment