ରୁଷକୁ ଅତିକ୍ରମ କଲା ବ୍ରାଜିଲ, କରୋନା କ୍ଷତିଗ୍ରସ୍ତ ଦେଶ ତାଲିକାର ୨ନଂରେ ପହଞ୍ଚିଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 22, 2020

ରୁଷକୁ ଅତିକ୍ରମ କଲା ବ୍ରାଜିଲ, କରୋନା କ୍ଷତିଗ୍ରସ୍ତ ଦେଶ ତାଲିକାର ୨ନଂରେ ପହଞ୍ଚିଲା

ୱାଶିଂଟନ: ଦିନକୁ ଦିନ ମହାମାରୀ କରୋନା ଯୋଗୁ ବ୍ରାଜିଲ ସ୍ଥିତି ବେକାବୁ ହେବାରେ ଲାଗିଛି। ପ୍ରତିଦିନ ୨୦ ହଜାରରୁ ଅଧିକ ନୂଆ ମାମଲା ଚିହ୍ନଟ ହେବା ବ୍ରାଜିଲ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ସ୍ଥିତି ଏପରି ହୋଇଛି ଯେ ଏବେ ବ୍ରାଜିଲ କରୋନା କ୍ଷତିଗ୍ରସ୍ତ ତାଲିକାର ଦୁଇ ନମ୍ବର ସ୍ଥାନରେ ପହଞ୍ଚି ଯାଇଛି।

ପୂର୍ବରୁ ରୁଷ ଦ୍ୱିତୀୟ ସ୍ଥାନରେ ରହିଥିଲା। ହେଲେ ବ୍ରାଜିଲ ଏହାକୁ ଅତିକ୍ରମ କରିଯାଇଛି। ଗତ ୨୪ ଘଣ୍ଟାରେ ବ୍ରାଜିଲରେ ୨୦ ହଜାରରୁ ଅଧିକ ନୂଆ ମାମଲା ରେକର୍ଡ କରାଯାଇଛି। ଫଳରେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୩,୩୨,୩୮୨ରେ ପହଞ୍ଚି ଯାଇଛି। ସେହିପରି କରୋନା ଗୋଟିଏ ଦିନରେ ୧୦୦୧ ଜଣଙ୍କ ମୁଣ୍ଡ ନେଇଛି। ଏହାକୁ ମିଶାଇ ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୨୧,୧୧୬ରେ ପହଞ୍ଚି ଯାଇଛି। ୩,୩୨,୩୮୨ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧,୩୫,୪୩୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ରୁଷରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ୩,୨୬,୪୪୮ ରହିଛି। ଏଠାରେ ମୃତ୍ୟୁହାର କମ ରହିଛି। ଏବେ ସୁଦ୍ଧା ୩,୨୪୯ ଜଣ ପ୍ରାଣ ହରାଇଛନ୍ତି। ୯୯,୮୨୫ ଜଣ ସୁସ୍ଥ ହୋଇଛନ୍ତି।

ପୂର୍ବଭଳି ଆମେରିକା କରୋନା ଦ୍ୱାରା ପ୍ରଭାବିତ ହୋଇଥିବା ରାଷ୍ଟ୍ରଗୁଡ଼ିକ ମଧ୍ୟରେ ୧ ନଂ ସ୍ଥାନରେ ରହିଛି। ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୬,୪୫,୦୯୪ ଥିବା ବେଳେ ମୃତ୍ୟୁସଂଖ୍ୟା ୯୭,୬୪୭ ରହିଛି। ୪,୦୩,୨୦୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

କରୋନା ବର୍ତ୍ତମାନ ସୁଦ୍ଧା ଦେଶର ୨୧୩ଟି ଦେଶ ଓ ୨ଟି ଜାହାଜକୁ ସଂକ୍ରମିତ କରିଛି। କରୋନାରେ ୫୩,୦୩,୩୯୩ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୩,୩୯,୯୯୨ ଜଣ ପ୍ରାଣ ହରାଇଛନ୍ତି। ୨୧,୫୮,୫୧୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।



from Odisha Reporter https://ift.tt/2znntXI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages