ହିଜବୁଲର ଟପ୍ କମାଣ୍ଡରର ମୁଣ୍ଡ ଗଡ଼ାଇଲେ ଯବାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 5, 2020

ହିଜବୁଲର ଟପ୍ କମାଣ୍ଡରର ମୁଣ୍ଡ ଗଡ଼ାଇଲେ ଯବାନ

ଶ୍ରୀନଗର: ପୁଲଓ୍ୱାମାର ଅଓ୍ୱନ୍ତିପୋରାରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ମିଡିଆ ରିପୋର୍ଟସ ଅନୁଯାୟୀ ହିଜବୁଲ ଆତଙ୍କୀ ସଂଗଠନର ଟପ୍ ଆତଙ୍କବାଦୀ ରିଆଜ ନାଇକୁ ମୁଣ୍ଡ ଗଡ଼ାଇଛନ୍ତି ଯବାନ। ବୁରହାନ ବାନିର ମୃତ୍ୟୁ ପରେ ହିଜବୁଲ ରିଆଜକୁ କମାଣ୍ଡର ଭାବରେ ନିଯୁକ୍ତ କରିଥିଲା। ଭାରତୀୟ ସେନା ମଧ୍ୟ ରିଆଜର ମୁଣ୍ଡ ପାଇଁ ୧୨ ଲକ୍ଷ ଟଙ୍କାର ଆର୍ଥିକ ପୁରସ୍କାର ଘୋଷଣା କରିଥିଲା।

ଜମ୍ମୁ କଶ୍ମୀରର ଦୁଇଟି ସ୍ଥାନରେ ଏବେ ସରୁକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଚାଲିଛି। ଅଓ୍ୱନ୍ତିପୋରାର ଶର୍ଶାଲି ଖ୍ରେଉରେ ଆଜି ସକାଳେ ଜଣେ ଆତଙ୍କବାଦୀକୁ ନିପାତ କରିଥିଲେ ଯବାନ। ଅନ୍ୟ ଏକ ସ୍ଥାନରେ ହିଜବୁଲର ଟପ୍ କମାଣ୍ଡରକୁ ନିପାତ କରିଛନ୍ତି ବୀର ଯବାନ।

ଗତକାଲି ରାତିରୁ ଏହି ଅପରେସନ ଆରମ୍ଭ ହୋଇଛି। ଅଓ୍ୱନ୍ତିପୋରାର ଶର୍ଶାଲି ଖ୍ରେଉରେ ୧୨ରୁ ୧୫ ଘର ରହିଛି। ସର୍ଚ୍ଚ ଅପରେସନ ଆରମ୍ଭ ହେବା ପୂର୍ବରୁ ଏଠିକାର ଲୋକଙ୍କୁ ଯବାନ ମାନେ ସୁରକ୍ଷିତ ଭାବରେ ଉଦ୍ଧାର କରି ନିଜ ହେପାଜତରେ ରଖିଥିଲେ। ଏହାପରେ ଆରମ୍ଭ କରିଥିଲେ ସର୍ଚ୍ଚଅପରେସନ।

ରବିବାର ଜମ୍ମୁ କଶ୍ମୀରର ହନ୍ଦଓ୍ୱାରାରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ସେନାର ଜଣେ କର୍ଣ୍ଣେଲ, ମେଜର ସମତେ ୨ ସୁରକ୍ଷାକର୍ମୀ ଏବଂ ଜଣେ ପୁଲିସ ଶହୀଦ୍ ହୋଇଛନ୍ତି।

ଏହାପରେ ସୋମବାର ହନ୍ଦଓ୍ୱାରାର କାଜିଆବାଦରେ ଥିବା ସିଆରପିଏଫର ଏକ ପାଟ୍ରୋଲିଂ ଟିମ୍ ଉପରେ ଆତଙ୍କବାଦୀ ଆକ୍ରମଣ କରିଥିଲେ। ଏଥିରେ ତିନି ଯବାନ ଶହୀଦ ହୋଇଥିଲେ।



from Odisha Reporter https://ift.tt/35C3oJ1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages