ଆଜି ଶ୍ରୀକ୍ଷେତ୍ରରେ ନୃସିଂହ ଜନ୍ମ ଉତ୍ସବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 5, 2020

ଆଜି ଶ୍ରୀକ୍ଷେତ୍ରରେ ନୃସିଂହ ଜନ୍ମ ଉତ୍ସବ

ପୁରୀ (ଓଡ଼ିଶା ରିପୋର୍ଟର): ଆଜି ଶ୍ରୀକ୍ଷେତ୍ରରେ ନୃସିଂହ ଜନ୍ମ ଉତ୍ସବ।  ବିଧିବିଧାନ ଅନୁସାରେ ଆଜି ମଧ୍ୟାହ୍ନ ଧୂପ ପରେ ଚନ୍ଦନ ଚାପ ପରେ ଏହି ନୀତି ଅନୁଷ୍ଠିତ ହୋଇଥାଏ।  ହେଲେ କରୋନା ପାଇଁ ଚନ୍ଦନ ଚାପ ଶ୍ରୀମନ୍ଦିର ଭିତରେ ଅନୁଷ୍ଠିତ ହେବା ପାଇଁ ସ୍ଥିର ହୋଇଛି।

ଆଜି ନୃସିଂହ ଜନ୍ମ ଉତ୍ସବରେ ରଥର କୋଣଗୁଜ ଅନୁକୂଳ ନୀତି ପରମ୍ପରା ରହିଛି।  ଏହି ଦିନ ରୂପକାର ସେବକ ରଥର ରୂପ କାର୍ଯ୍ୟ କରିଥା’ନ୍ତି।  ତେବେ ରଥ ନିର୍ମାଣ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ନିର୍ଦ୍ଦେଶ ଆସି ନ ଥିବାରୁ ଏହାକୁ ନେଇ କଳ୍ପନାଜଳ୍ପନା ଜାରି ରହିଛି।  ଏପଟେ ଲକ୍‌ଡାଉନ୍ ନିୟମ ପାଳନ କରି ରଥଖଳାରେ ରଥ ନିର୍ମାଣ କିଭଳି ବ୍ୟବସ୍ଥିତ ଢଙ୍ଗରେ କରାଯାଇ ପାରିବ, ସେ ନେଇ ଶ୍ରୀମନ୍ଦିର ପରିଚାଳନା କମିଟି ପକ୍ଷରୁ ସରକାରଙ୍କ ନିକଟରେ କେତେକ ପ୍ରସ୍ତାବ ରଖାଯାଇଥିଲା।

 

 



from Odisha Reporter https://ift.tt/2L2aqNp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages