ପ୍ରବାସୀଙ୍କ ଭଲମନ୍ଦ ବୁଝିଲେ, ତାଙ୍କ ସହ ଖାଇଲେ ଏସ୍‌ପି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 17, 2020

ପ୍ରବାସୀଙ୍କ ଭଲମନ୍ଦ ବୁଝିଲେ, ତାଙ୍କ ସହ ଖାଇଲେ ଏସ୍‌ପି

ଭଦ୍ରକ(ପାର୍ଥ ସାରଥୀ ନାୟକ): ଭୋକ ଯନ୍ତ୍ରଣାରେ ଆଉଟପାଉଟ ହେଉଥିବା ପ୍ରବାସୀ ଡହ ଡହ ଖରାରେ ପାଦ ଆଗକୁ ବଢ଼ାଇ ମାଇଲ ମାଇଲ ବାଟ ଅତିକ୍ରମ କରୁଛନ୍ତି। ବାଟରେ କେତେବେଳେ ଦୁର୍ଘଟଣାର ଶିକାର ହେଉଛନ୍ତି ତ କେତେବେଳେ ପୁଲିସ୍‌ ଆକ୍ରୋଶର ଶିକାର ହେଉଛନ୍ତି। ହେଲେ ଭଦ୍ରକରେ ଦେଖିବାକୁ ମିଳିଛି କିଛି ଭିନ୍ନ ଦୃଶ୍ୟ।

ଏଠାରେ ଖୋଦ ପୁଲିସ୍‌ ପକ୍ଷରୁ ହଜାର ହଜାର ପ୍ରବାସୀଙ୍କୁ ଖାଇବାକୁ ଦିଆଯିବା ସହ ସେମାନଙ୍କୁ ଗାଡ଼ି ବ୍ୟବସ୍ଥା କରି ଗନ୍ତବ୍ୟ ସ୍ଥଳ ଅଭିମୁଖେ ପଠାଇ ଦିଆଯାଉଛି। ଏପରିକି ଭଦ୍ରକ ଏସ୍‌ପି ରାଜେଶ ପଣ୍ଡିତ ନିଜେ ଏହାର ତଦାରଖ କରିବା ସହ ପ୍ରବାସୀଙ୍କ ସହ ଖାଉଥିବା ମଧ୍ୟ ଦେଖିବାକୁ ମିଳିଛି। ଅପରପକ୍ଷେ ଉକ୍ତ ସ୍ଥାନରେ ଏପଟସେପଟ ହେଉଥିବା ଏକ କୁନି ଝିଅକୁ କାଖେଇ କାଖେଇ ଜଣେ ମହିଳା ପୁଲିସ୍‌ କର୍ମୀ ତା’ ମା’ ପାଖରେ ଛାଡ଼ିବା ଦୃଶ୍ୟ ଏବେ ଭିନ୍ନ କିଛି କାହାଣୀ ବଖାଣୁଛି।

ଓଡ଼ିଶା ସୀମାରେ ଚାଲି ଚାଲି ଯାଉଥିବା ପ୍ରବାସୀଙ୍କୁ ଗନ୍ତବ୍ୟ ସ୍ଥଳରେ ପଞ୍ଚାଇବା ସହ ସେମାନଙ୍କ ଖାଇବା ବ୍ୟବସ୍ଥା କରିବାକୁ ପୁଲିସ୍‌ ଡିଜି କିଛି ଦିନ ପୂର୍ବେ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ପୁଲିସ୍‌ ପକ୍ଷରୁ ସେମାନଙ୍କ ପାଇଁ ବିଭିନ୍ନ ସ୍ଥାନରେ ଖାଇବା, ପିଇବା ବ୍ୟବସ୍ଥା କରାଯାଉଛି।

ଭଦ୍ରକ ଜିଲ୍ଲା ସୀମା ଦେଇ ଚାଲି ଚାଲି ଝାଡ଼ଖଣ୍ଡ, ବିହାର, ପଶ୍ଚିମବଙ୍ଗ ଯାଉଥିବା ପ୍ରବାସୀଙ୍କୁ ଅଟକାଇ ଖାଇବାକୁ ଦିଆଯାଉଛି। ଧାମରା ଓଭରବ୍ରିଜ୍‌ ତଳେ ପ୍ରାୟ ୨୦ ଦିନରୁ ଊର୍ଦ୍ଧ୍ୱ ହେବ ହଜାର ହଜାର ପ୍ରବାସୀଙ୍କ ଖାଇବା ନିମନ୍ତେ ବ୍ୟବସ୍ଥା କରାଯାଉଛି। ଖୋଦ ଏସ୍‌ପି ରାଜେଶ ପଣ୍ଡିତ ପହଞ୍ଚି ପ୍ରବାସୀଙ୍କ ଭଲମନ୍ଦ ବୁଝିବା ସହ  ନିଜେ ମଧ୍ୟ ସେମାନଙ୍କ ସହ  ଖାଉଥିବା ଦେଖିବାକୁ ମିଳିଥିଲା।

ଉକ୍ତ ସମୟରେ ଏପଟସେପଟ ହୋଇ ବୁଲୁଥିବା ଏକ କୁନି ଝିଅକୁ ଜନୈକ ମହିଳା ପୁଲିସ୍‌ କର୍ମୀ ଗୁନରାଣୀ ଖଟୁଆ କାଖେଇ କାଖେଇ ତା’ ମା’ ପାଖରେ ଛାଡ଼ିବା ଦୃଶ୍ୟ ଦେଖିବାକୁ ମିଳିଛି।  ଏହି କୁନି ଝିଅ ଟି ତା ପରିବାର ସହ ଯାଉଥିବା ବେଳେ ଭଦ୍ରକ ପୁଲିସ୍‌  ଦ୍ୱାରା ବ୍ୟବସ୍ଥିତ କ୍ୟାମ୍ପରେ  ଏପଟ ସେପଟ ବୁଲୁଥିଲା ।  ଏହି ଦୃଶ୍ୟ ଏବେ ସୋସିଆଲ ମିଡ଼ିଆ ରେ ଘୁରିବୁଲୁଛି । ତେବେ ଭଦ୍ରକ ପୁଲିସ୍‌ର ଏହି ବ୍ୟବହାର ପାଇ ଅନେକ ପ୍ରବାସୀ ଏବେ ବେଶ୍‌ ଖୁସି ଥିବା ଦେଖିବାକୁ ମିଳିଛି ।

 



from Odisha Reporter https://ift.tt/2ZcIRcE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages