ଆଉ ୪୮ କରୋନା ଆକ୍ରାନ୍ତ ଚିହ୍ନଟ, ୮୭୬ ଛୁଇଁଲା ସଂଖ୍ୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 17, 2020

ଆଉ ୪୮ କରୋନା ଆକ୍ରାନ୍ତ ଚିହ୍ନଟ, ୮୭୬ ଛୁଇଁଲା ସଂଖ୍ୟା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଉ ୪୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୭୬ରେ ପହଞ୍ଚିଛି।

୪୮ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୨ ଜଣ କନ୍ଧମାଳ ଜିଲ୍ଲାର ଅଛନ୍ତି। ଏହା ସହିତ କନ୍ଧମାଳ ଜିଲ୍ଲାକୁ ଛୁଇଁଛି କରୋନା। ସେହିପରି ରାଜ୍ୟର ୨୩ ଜିଲ୍ଲାରେ ପହଞ୍ଚିଛି ଏହି ଭାଇରସ୍‌।

ସେହିପରି ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଯାଜପୁରର ୧୬ ଜଣ, ଗଞ୍ଜାମର ୧୫, ପୁରୀର ୪, କେନ୍ଦ୍ରାପଡ଼ାର ୩, ନୟାଗଡ଼ର ୩
ବଲାଙ୍ଗିରର ୨ ଜଣ ଥିବା ବେଳେ ବୌଦ୍ଧ, କଟକ ଓ ଖୋର୍ଦ୍ଧାର ଜଣେ ଲେଖାଏ ଅଛନ୍ତି।

ସୂଚନାଯୋଗ୍ୟ, ୮୭୬ ଆକ୍ରାନ୍ତଙ୍କ ମଧ୍ୟରୁ ୨୨୦ ଜଣ ସୁସ୍ଥ ହୋଇସାରିଥିବା ବେଳେ ୪ ଜଣଙ୍କ ମୃତ୍ୟୁ ଘଟିଛି। ୬୫୨ ଜଣ ଚିକିତ୍ସାଧୀନ ଅଛନ୍ତି।



from Odisha Reporter https://ift.tt/3cNbVM0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages