ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ଆକ୍ରାନ୍ତଙ୍କ ସହ ଅନ୍ୟ ସବୁ ରୋଗୀଙ୍କୁ ମିଳୁ ମେଡିକାଲ ସେବା । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ । କରୋନା ଭଳି କଠିନ ସମୟ ଦେଇ ରାଜ୍ୟବାସୀ ଗତି କରୁଛନ୍ତି। ଏପରି ସମୟରେ ବିଭିନ୍ନ ମେଡିକାଲରେ ସାଧାରଣ ଓ ଗୁରୁତର ରୋଗୀଙ୍କୁ ଉପଯୁକ୍ତ ମେଡିକାଲ ସୁବିଧା ମିଳୁନଥିବା ବାରମ୍ବାର ଅଭିଯୋଗ ହେଉଛି। ଏଥିଯୋଗୁ ଅକାଳରେ ବହୁ ଜୀବନ ମଧ୍ୟ ଚାଲି ଯାଉଛି। ତେଣୁ ଏହି ଘଟଣାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା। କରୋନା ଆକ୍ରାନ୍ତଙ୍କ ଚିକିତ୍ସା ସହ ଅନ୍ୟ ରୋଗୀଙ୍କୁ ମଧ୍ୟ ଉପଯୁକ୍ତ ଚିକିତ୍ସା ସୁବିଧା ମିଳୁ ବୋଲି ସେ ଚିଠି ଲେଖିବା ସହ ସମସ୍ୟାର ସମାଧାନ କ୍ଷେତ୍ରରେ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।
ସେ ଚିଠିରେ ଆହୁରି ଉଲ୍ଲେଖ କରିଛନ୍ତି ଯେ, ରୋଗୀଙ୍କୁ ମେଡିକାଲ କର୍ତ୍ତୃପକ୍ଷ ପ୍ରଥମେ କୋଭିଡ ହସ୍ପିଟାଲକୁ ଯାଇ କରୋନା ଟେଷ୍ଟ କରିସାରିଲା ପରେ ହିଁ ଆସିବାକୁ କହୁଛନ୍ତି । ଏପରିକି କଟକ ବଡ଼ ମେଡିକାଲରେ ବି କାର୍ଡିଓଲୋଜି ବିଭାଗର ଡାକ୍ତରଙ୍କୁ କୋଭିଡ ମୁକାବିଲାରେ ନିୟୋଜିତ କରାଯାଇ ବିଭାଗକୁ ବନ୍ଦ କରାଯାଇଛି । ଏଥିଯୋଗୁ ବିଭିନ୍ନ ରୋଗରେ ଆକ୍ରାନ୍ତ ବ୍ୟକ୍ତି ଉପଯୁକ୍ତ ଚିକିତ୍ସା ପାଇପାରୁ ବଞ୍ଚିତ ହେଉଛନ୍ତି।
from Odisha Reporter https://ift.tt/3fogaiG
No comments:
Post a Comment