କରୋନା ବିପତ୍ତି ବେଳେ ଜୁଲୁମ୍‌ର ଶିକାର ଭଡ଼ାଟିଆ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, May 2, 2020

କରୋନା ବିପତ୍ତି ବେଳେ ଜୁଲୁମ୍‌ର ଶିକାର ଭଡ଼ାଟିଆ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନା ବିପତ୍ତି ବେଳେ କିଛି ଘର ମାଲିକ ଭଡ଼ା ଛାଡ଼ି ମାନବିକତା ଦେଖାଇଛନ୍ତି। ଆଉ କିଛି ଏବେ ଭଡ଼ା ଗଣିବାକୁ କହିବା ସହିତ ଆଉ ଦୁଇ ମାସର ଘର ଭଡ଼ା ଆଡ଼ଭାନ୍ସ ମାଗୁଛନ୍ତି। ରାଜଧାନୀ ସମେତ ବିଭିନ୍ନ ଅଞ୍ଚଳରେ ବିପତ୍ତି ବେଳେ ଘର ମାଲିକମାନଙ୍କର ଏଭଳି ଜୁଲୁମ୍ ଦେଖିବାକୁ ମିଳିଛି। ଲକଡାଉନ୍ ବେଳେ ଶିକ୍ଷାନୁଷ୍ଠାନ ଓ ଅନେକ ସଂସ୍ଥା ବନ୍ଦ ରହିଥିବାରୁ ଅଧିକାଂଶ ଏବେ ଗାଁରେ। ଲକଡାଉନକୁ ୪୦ ଦିନ ପୂରଣ ହେବାକୁ ଯାଉଛି। ଆଉ ଦୁଇ ସପ୍ତାହ ଲକଡାଉନ୍ ଅବଧି ବଢ଼ାଇଛନ୍ତି ସରକାର। ଘରେ ନରହିଲେ ମଧ୍ୟ ଭଡ଼ାଟିଆ ଘର ଭଡ଼ା ମାଗୁଛନ୍ତି। ଯେଉଁମାନେ ଦେଇପାରୁ ନାହାନ୍ତି ସେମାନଙ୍କୁ ଘର ମାଲିକ କହୁଛନ୍ତି ଆଡଭାନ୍ସ ଦେଇଥିବା ଟଙ୍କାରୁ ଭଡ଼ା କାଟି ନେଇଛୁ। ଘରକୁ ଉଠିବା ପୂର୍ବରୁ ପୁଣି ଦୁଇ ମାସର ଭଡ଼ା ଦେବାକୁ ପଡ଼ିବ। ନହେଲେ ହେବନି।

ବ୍ୟବସାୟ ସାଙ୍ଗକୁ ଅନେକ ସଂସ୍ଥା ବନ୍ଦ ରହିଥିବାରୁ ସଂପୃକ୍ତ ସଂସ୍ଥାମାନେ ତାଙ୍କ କର୍ମଚାରୀଙ୍କୁ ଦରମା ଦେବା ପାଇଁ ଅନେକ ସମସ୍ୟାରେ ପଡ଼ିଛନ୍ତି। ସରକାର କିନ୍ତୁ କହିଛନ୍ତି, କର୍ମଚାରୀଙ୍କର ଛଟେଇ ହେବନି କି ଦରମା ମଧ୍ୟ କଟାଯିବ ନାହିଁ। ସଂପୃକ୍ତ ସଂସ୍ଥା ବା କମ୍ପାନୀ କର୍ମଚାରୀଙ୍କୁ ଦରମା ଦେବାକୁ ପଡ଼ିବ। ଏମିତିକି ଘର ମାଲିକଙ୍କୁ ଭଡ଼ା ଛାଡ଼ି କରିବା ପାଇଁ ସରକାର ମଧ୍ୟ ନିବେଦନ କରିଛନ୍ତି। ହେଲେ ଏହାକୁ ଅଧିକାଂଶ ଘର ମାଲିକ କର୍ଣ୍ଣପାତ କରୁନଥିବା ଦେଖିବାକୁ ମିଳିଛି। ଯାହାକି ଭଡ଼ାଟିଆଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି।

ସେହିପରି ଅନେକ ଛାତ୍ରଛାତ୍ରୀ ଭୁବନେଶ୍ୱରକୁ ଆସନ୍ତି କୋଚିଂ ସାଙ୍ଗକୁ ବିଭିନ୍ନ କଲେଜରେ ପାଠ ପଢ଼ିବା ପାଇଁ। ଶିକ୍ଷାନୁଷ୍ଠାନ ବନ୍ଦ ରହିଥିବାରୁ ଏବେ ସେମାନେ ଗାଁରେ। ସେମାନେ ରହୁଥିବା ହଷ୍ଟେଲ ଓ ଘର ମାଲିକମାନେ ଭଡ଼ା ଦେବା ପାଇଁ କହିସାରିଲେଣି। ଅନେକ ବିଦ୍ୟାର୍ଥୀ ରହିଛନ୍ତି ଯେଉଁମାନଙ୍କ ପରିବାର ଆର୍ଥିକ ସମସ୍ୟା ରହିଛି। ରାଜଧାନୀରେ ପାଠ ପଢ଼ିବା ବେଳେ ମଧ୍ୟ ସେମାନେ ପାର୍ଟ ଟାଇମ୍ କିଛି କାମ କରି ନିଜର ଚାହିଦା ମେଣ୍ଟାଇଥାନ୍ତି। ହେଲେ ଏବେ ସେ ସବୁ ବନ୍ଦ ରହିଥିବାରୁ ଘର ଭଡ଼ା କେମିତି ଦେବେ ତାହା ଏବେ ଚିନ୍ତାର ବିଷୟ ପାଲଟିଛି।

ଶହୀଦ ନଗରରେ ରହୁଥିବା ଜଣେ ଛାତ୍ର ନାମ ଗୋପନ ରଖି କହିଛନ୍ତି, ଜନତା କର୍ଫ୍ୟୁ ଦିନରୁ ସେ ଗାଁକୁ ପଳାଇ ଆସିଛନ୍ତି। ହଷ୍ଟେଲରେ ଏବେ କେହି ନାହାନ୍ତି। ସବୁ କିଛି ବନ୍ଦ ରହିଛି। ହେଲେ ଘର ମାଲିକ ଏବେ ଭଡ଼ା ପାଇଁ ଘନଘନ ଫୋନ୍ କରୁଛନ୍ତି। ଲକଡାଉନ୍ ପାଇଁ ସବୁ ବନ୍ଦ ଥିବାରୁ ପରିବାର ଲୋକେ ମଧ୍ୟ ଭରଭଡ଼ା ଦେବା କାଠିକର ହୋଇ ପଡ଼ିଛି। ଘର ମାଲିକକୁ ଯେତେ ଅନୁରୋଧ କଲେ ମଧ୍ୟ ଶୁଣୁନଥିବା ସେ କହିଛନ୍ତି।

ସେହିପରି ପଟିଆରେ ରହୁଥିବା ଜଣେ ଛାତ୍ରୀ ନାମ ଗୋପନ ରଖି କହିଛନ୍ତି, କରୋନା ପାଇଁ ସେ ମାସେରୁ ଅଧିକ ଦିନ ହେବ ଗାଁରେ। ଏବେ ଘର ମାଲିକ କହୁଛନ୍ତି ଆଡଭାନ୍ସ ପଇସାରୁ ଏପ୍ରିଲ ମାସର ଘର ଭଡ଼ା କାଟିନେଇଛନ୍ତି। ଏବେ କହୁଛନ୍ତି ଘରେ ରହିବା ପୂର୍ବରୁ ଆଉ ୨ ମାସର ଆଡଭାନ୍ସ ଦେଲେ ଯାଇ ରହିବାକୁ ଅନୁମତି ମିଳିବ। ଛାତ୍ରୀ ଜଣଙ୍କ କହିଛନ୍ତି ସେ ଏବେ ଗ୍ରୀନ ଜୋନରେ ରହିଛନ୍ତି। ଭୁବନେଶ୍ୱର ମଧ୍ୟ ଆସିପାରିବେ। ହେଲେ ସଂପୃକ୍ତ ଘର ମାଲିକାଣୀ କହୁଛନ୍ତି ଘରେ ପୂରାଇ ଦେବେନି କରୋନା ଭୟରେ। ଯଦି ଏଭଳି ମତ ଘର ମାଲିକମାନେ ରଖିବେ ତା’ହେଲେ ଆମେ କେମିତି ରହିବୁ ବୋଲି ଛାତ୍ରୀ ଜଣଙ୍କ କହିଛନ୍ତି।

ସରକାର କିନ୍ତୁ ହଷ୍ଟେଲ ଚଳାଉଥିବା ଘର ମାଲିକଙ୍କ ପାଇଁ କହିଛନ୍ତି, ହଷ୍ଟେଲର ବେଡ୍ ପାଖାପାଖି ରହିଥାଏ ତେଣୁ କରୋନା ସଂକ୍ରମଣକୁ ଦୂରେଇବା ପାଇଁ ହଷ୍ଟେଲ ବନ୍ଦ କରାଯିବା ଦରକାର। ତେଣୁ ଏବେ ଘର ମାଲିକମାନେ ମଧ୍ୟ ହଷ୍ଟେଲରେ କାହାରିକୁ ପୂରାଇ ଦେବାକୁ ରାଜି ହେଉ ନାହାନ୍ତି। ଅନ୍ୟପଟେ ହଷ୍ଟେଲ ଆଖପାଖରେ ରହୁଥିବା ଲୋକମାନେ ମଧ୍ୟ ଘର ମାଲିକ ଛାତ୍ରଛାତ୍ରୀଙ୍କୁ ପୂରାଇବାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି।

ସେହିଭଳି କିଛି ଘର ମାଲିକ କହିଛନ୍ତି, ଆମେ ଘର ଭଡ଼ାରୁ ପରିବାର ଚଳାଉ। ଯଦି ଏବେ ହଷ୍ଟେଲରେ ରହୁଥିବା ବିଦ୍ୟାର୍ଥୀଙ୍କ ଭଡ଼ା ଛାଡ଼ିଦେବୁ ତା’ହେଲେ ଆମେ କେମିତି ପରିବାର ଚଳାଇବୁ।

ସୂଚନାଯୋଗ୍ୟ, ଘର ଭଡ଼ା ଛାଡ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିବେଦନ କରିବା ପରେ ଅନେକ ଘର ମାଲିକ ଘର ଭଡ଼ା ଛାଡ଼ କରିଥିବାର ନଜିର ରହିଛି। ଏମିତିକି ସୁନ୍ଦରଗଡ଼ ରାଜନଗରର ଜଣେ ମୁସଲମାନ ବ୍ୟକ୍ତି ତାଙ୍କ ଘରେ ଭଡ଼ା ରହୁଥିବା ଅନେକ ହିନ୍ଦୁଙ୍କ ଭଡ଼ା ଛାଡ଼ କରି ବିପତ୍ତି ବେଳେ ମାନବିକତାର ପରିଚୟ ଦେଇଛନ୍ତି। ଯାହାକି ବିବିସି ଭଳି ଅନ୍ତର୍ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି।



from Odisha Reporter https://ift.tt/3ffD0cm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages