‘ଭୋକ, ଉପାସ ସହି ହେଲାନି, ସାଇକେଲରେ ୨୪୦୦ କିମି ପଳାଇ ଆସିଲୁ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, May 2, 2020

‘ଭୋକ, ଉପାସ ସହି ହେଲାନି, ସାଇକେଲରେ ୨୪୦୦ କିମି ପଳାଇ ଆସିଲୁ’

ଭଞ୍ଜନଗର(ରାଜେଶ କୁମାର ପଣ୍ଡା): ଗୁଜୁରାଟର ସୁରତରୁ ୨୪୦୦ କିଲୋମିଟର ସାଇକେଲ୍‌ରେ ଯାତ୍ରା କରିବା ପରେ ନିଜ ଜନ୍ମ ମାଟିରେ ପହଞ୍ଚିଛନ୍ତି ୫ ଯୁବକ। ଏହି ଯୁବକମାନଙ୍କ ଘର ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ୍ କୁଲାଙ୍ଗି ପଞ୍ଚାୟତର କୁଡିବନ୍ଧ ଗାଁରେ। ୧୫ ଦିନର ଯାତ୍ରା ପରେ ସେମାନେ ଏପ୍ରିଲ ୩୦ ତାରିଖ ସନ୍ଧ୍ୟାରେ କୁଲାଙ୍ଗିରେ ପହଞ୍ଚିଥିଲେ। ଏହାପରେ ସେମାନଙ୍କୁ ପ୍ରଶାସନ ତରଫରୁ କୁଲାଙ୍ଗିରେ ହୋଇଥିବା କ୍ୱାରେଣ୍ଟାଇନ୍ ସେଣ୍ଟରରେ ରଖାଯାଇଛି। ଏହି ୫ ଜଣଙ୍କ ମଧ୍ୟରୁ ୪ ଜଣ ଗୋଟିଏ ପରିବାରର ହୋଇଥିବା ବେଳେ ଆଉ ଜଣଙ୍କ ଘର ମଧ୍ୟ ସେହି ଗାଁରେ ବୋଲି ଜଣାଯାଇଛି।

ଏହି ୫ ଜଣ ଯୁବକ ୧୦ ବର୍ଷ ହେବ ସୁରତ କାମ କରୁଥିଲେ। ହେଲେ ଲକ୍‌ଡାଉନ୍‌ ଯୋଗୁ ସେମାନେ କାମ କରୁଥିବା କମ୍ପାନୀ ବନ୍ଦ ହୋଇଯାଇଥିଲା। ତେବେ ପ୍ରଥମ ଲାକ୍‌ଡାଉନ୍‌ ସରିଲା ପରେ ସରକାର ପୁଣି ଦ୍ୱିତୀୟ ପର୍ଯ୍ୟାୟରେ ଲକ୍‌ଡାଉନ୍ ଘୋଷଣା କରିଥିଲେ। ଫଳରେ ସେମାନଙ୍କ ପାଖରେ ଯାହା ଟଙ୍କା ଥିଲା ସବୁ ସରିଗଲା। ଭୋକ ଉପାସରେ ରହିବାରୁ ସେମାନେ ନିଜ ନିଜ ସାଇକେଲ୍‌ରେ ଗାଁକୁ ଫେରିବା ପାଇଁ ବାହାରିଥିଲେ।

ଏନେଇ ସୁରତରୁ ସାଇକେଲରେ ଫେରିଥିବା ଜଣେ ଯୁବକ କହିଛନ୍ତି,“ ଆମେ ୧୦ ବର୍ଷ  ହେଲା ସୁରତ କାମ କରୁଥୁଲୁ। ହେଲେ ଲକ୍‌ଡାଉନ୍‌ ନଉଠିବାରୁ ଆମ ପାଖରେ ଥିବା ପଇସା ସରିଗଲା। ଖାଇବାକୁ ମିଳିଲା ନାହିଁ।   ଏମିତିକି କାମ ମଧ୍ୟ ବନ୍ଦ ହୋଇଯାଇଥିଲା। ମାଲିକଙ୍କ ପାଖକୁ ଫୋନ୍ କଲୁ । ତାଙ୍କ ମୋବାଇଲ୍ ସୁଇଜ୍ ଅଫ୍ ଦେଖାଇଲା। ଭୋକ ଉପାସରେ ଦିନ ପରେ ଦିନ କାଟିଲୁ।   ଏହା ଅସହ୍ୟ ହେବାରୁ ଗାଁକୁ ପଳାଇ ଆସିବା ପାଇଁ ଏପ୍ରିଲ୍‌ ୧୫ ତାରିଖରେ ନିଷ୍ପତ୍ତି ନେଲୁ।



from Odisha Reporter https://ift.tt/2YC3MWv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages