ଚାଇନାକୁ ବଳିଗଲା ଭାରତର ସ୍ଥିତି, ୮୫ ହଜାର ଡେଇଁଲା ଆକ୍ରାନ୍ତଙ୍କ ସଂଖ୍ୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 15, 2020

ଚାଇନାକୁ ବଳିଗଲା ଭାରତର ସ୍ଥିତି, ୮୫ ହଜାର ଡେଇଁଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଯାହା ଆଶଙ୍କା ଥିଲା ସେଇଆ ହେଲା। କରୋନାର ଉତ୍ପତ୍ତି ସ୍ଥଳ କୁହାଯାଉଥିବା ଚାଇନାରଠାରୁ ଭାରତର ସ୍ଥିତି ଅଧିକ ଖରାପ ହୋଇଯାଇଛି। ଆଜି ଭାରତର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଚାଇନାକୁ ପାର କରିଛି। ଚାଇନାର ସରକାରୀ ତଥ୍ୟ ଅନୁଯାୟୀ, ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୨,୯୪୧ ରହିଥିବା ବେଳେ ଭାରତରେ ଏହା ୮୫ ହଜାର ପାର କରି ଯାଇଛି।

କେବଳ ଭାରତ ନୁହେଁ ଚାଇନା ତୁଳନାରେ ପେରୁର ସ୍ଥିତି ମଧ୍ୟ ଅଧିକ ଜଟିଳ ହୋଇଯାଇଛି। ୮୫ ହଜାର ୯୪୦ ଆକ୍ରାନ୍ତଙ୍କ ସହ ଭାରତ ଏବେ ବିଶ୍ୱର କରୋନା କ୍ଷତିଗ୍ରସ୍ତ ତାଲିକାର ୧୧ତମ ସ୍ଥାନରେ ପହଞ୍ଚି ଯାଇଛି। ସେହିପରି ପେରୁ ୮୪, ୪୯୫ ଆକ୍ରାନ୍ତଙ୍କ ସହ ୧୨ତମ ଓ ଚାଇନା ୧୩ତମ ସ୍ଥାନରେ ରହିଛି। କ୍ଷତିଗ୍ରସ୍ତ ତାଲିକାର ୧ ନଂ ସ୍ଥାନରେ ଆମେରିକା, ଦ୍ୱିତୀୟରେ ସ୍ପେନ ଓ ତୃତୀୟରେ ରୁଷ ରହିଛି।

ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ ଗତ ୨୪ ଘଣ୍ଟାରେ ପୁଣିଥରେ ପ୍ରାୟ ୪ ହଜାର ନୂଆ ମାମଲା ରେକର୍ଡ କରାଯାଇଛି। ଫଳରେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୮୫, ୯୪୦ରେ ପହଞ୍ଚି ଯାଇଛି। ସେହିପରି ୨୪ ଘଣ୍ଟାରେ କରୋନା ୧୦୩ ଜଣଙ୍କ ଜୀବନ ନେଇଛି। ଏହାକୁ ମିଶାଇ ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୨୭୫୨ରେ ପହଞ୍ଚି ଯାଇଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଗତ ୨୪ ଘଣ୍ଟାରେ ପ୍ରାୟ ୩ ହଜାର ଲୋକ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ଦେଶରେ କରୋନା ଯୁଦ୍ଧରେ ୩୦,୧୫୩ ଜଣ ବିଜୟୀ ହୋଇ ଘରକୁ ଫେରିଛନ୍ତି। ଏହାର ଅର୍ଥ ବିଭିନ୍ନ ହସ୍ପିଟାଲରେ ୫୩,୦୩୫ ଜଣ ଚିକିତ୍ସିତ ହେଉଛନ୍ତି।

ଅନ୍ୟପକ୍ଷରେ କରୋନା ଯୋଗୁ ମହାରାଷ୍ଟ୍ର ସ୍ଥିତି ସବୁଠାରୁ ଅଧିକ ଖରାପ ହୋଇଛି। ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ୩୦ ହଜାର ମୁହାଁ ହୋଇଛି। ଗତ ୨୪ ଘଣ୍ଟାରେ ପୁଣି ୧୫୭୬ ଜଣ କରୋନାରେ ଆକ୍ରାନ୍ତ ହୋଇଛି। ନୂଆ ରୋଗୀଙ୍କୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨୯,୧୦୦ରେ ପହଞ୍ଚି ଯାଇଛି।

ସେହିପରି ୨୪ ଘଣ୍ଟାରେ କରୋନା ୪୯ ଜଣଙ୍କ ମୁଣ୍ଡ ନେଇଛି। ଏଯାଏ ମହାରାଷ୍ଟ୍ରରେ କରୋନା ଯୋଗୁ ୧୦୬୮ ଜଣଙ୍କ ଜୀବନ ଗଲାଣି। ସେହିପରି ୬୫୬୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ତାମିଲନାଡୁରେ ବି ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ପାର କରିଛି। ଏଠାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦, ୧୦୮ ଥିବା ବେଳେ ୨୫୯୯ ଜଣ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ୭୧ ଜଣଙ୍କ ଜୀବନ ଯାଇଛି।

ତୃତୀୟ ସ୍ଥାନରେ ଥିବା ଗୁଜରାଟରେ ୯୯୩୧ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୬୦୬ ଜଣ ପ୍ରାଣ ହରାଇଛନ୍ତି। ତେବେ ୪୦୩୫ ଜଣ ସୁସ୍ଥ ହେବା ଏକ ଆଶ୍ୱସ୍ତି ଖବର ଆଣିଛି। ଦିଲ୍ଲୀରେ ୮୮୯୫ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୨୩ ଜଣଙ୍କ ମୃତ୍ୟୁ ଘଟିଛି ଓ ୩୫୧୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହାବାଦ ଆନ୍ଧ୍ର ପ୍ରଦେଶରେ ୪୮, ଆସାମରେ ୨, ବିହାରରେ ୭, ଚଣ୍ଡିଗଡ଼ରେ ୩, ହରିଆଣାରେ ୧୧, ହିମାଚଳ ପ୍ରଦେଶରେ ୩, ଜମ୍ମୁ-କଶ୍ମୀରରେ ୧୧, ଝାରଖଣ୍ଡରେ ୩, କର୍ଣ୍ଣାଟକାରେ ୩୬, କେରଳରେ ୪, ମଧ୍ୟପ୍ରଦେଶରେ ୨୩୯, ମେଘାଳୟ ୧, ଓଡ଼ିଶା ୩, ପୁଡୁଚେରୀରେ ୧, ପଞ୍ଜାବ ୩୨, ରାଜସ୍ଥାନରେ ୧୨୫, ତେଲେଙ୍ଗାନାରେ ୩୪, ଉତ୍ତରାଖଣ୍ଡରେ ୧, ଉତ୍ତର ପ୍ରଦେଶରେ ୯୫ ଓ ପଶ୍ଚିମବଙ୍ଗରେ ୨୨୫ ଜଣ କରୋନା ଯୋଗୁ ପ୍ରାଣ ହରାଇଛନ୍ତି।



from Odisha Reporter https://ift.tt/3bBfZxe

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages