ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବାତ୍ୟା ‘ଅମ୍ଫାନ’ ପ୍ରଭାବରେ ପଶ୍ଚିମବଙ୍ଗରେ ହୋଇଥିବା କ୍ଷୟକ୍ଷତି ନେଇ ଆଜି ସକାଳେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଟେଲିଫୋନ୍ ଯୋଗେ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ପଶ୍ଚିମବଙ୍ଗ ବାସୀଙ୍କ ସହ ଓଡ଼ିଶା ରହିଛି ବୋଲି ସେ କହିଥିଲେ। ତା’ସହ ପଶ୍ଚିମବଙ୍ଗରେ ହୋଇଥିବା କ୍ଷୟକ୍ଷତି ନେଇ ମମତାଙ୍କୁ ପଚାରି ବୁଝିଥିଲେ ନବୀନ। ପଶ୍ଚିମବଙ୍ଗକୁ ସମସ୍ତ ପ୍ରକାରର ସହାୟତା ଯୋଗାଇଦେବାକୁ ସେ ପ୍ରତିଶ୍ରୁତି ଦେଇଥିବା ସୂଚନା ମିଳିଛି।
ସୂଚନାଯୋଗ୍ୟ, ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ଅମ୍ଫାନ’ ପ୍ରଭାବିତ ପଶ୍ଚିମବଙ୍ଗ ଗସ୍ତ କରିଛନ୍ତି। ସେ ସେଠାରେ ଆକାଶମାର୍ଗରୁ ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିବା ପରେ ସମୀକ୍ଷା ବୈଠକ କରିବେ। ଏହା ପରେ ସେ ଓଡ଼ିଶା ଗସ୍ତରେ ଆସିବେ। ଏଠାରେ ମଧ୍ୟ ବାତ୍ୟା ପ୍ରଭାବିତ ଅଞ୍ଚଳକୁ ଆକାଶମାର୍ଗରୁ ବୁଲି ଦେଖିବେ ଓ ସମୀକ୍ଷା ବୈଠକ କରି ଦିଲ୍ଲୀ ଫେରିଯିବେ।
from Odisha Reporter https://ift.tt/2LLBUHI
No comments:
Post a Comment