ଅମ୍ଫାନ ମୃତ୍ୟୁସଂଖ୍ୟା ୮୦କୁ ବୃଦ୍ଧି, କୋଲକାତାରେ ମୋଦି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 21, 2020

ଅମ୍ଫାନ ମୃତ୍ୟୁସଂଖ୍ୟା ୮୦କୁ ବୃଦ୍ଧି, କୋଲକାତାରେ ମୋଦି

କୋଲକାତା: ପଶ୍ଚିମବଙ୍ଗରେ ତାଣ୍ଡ ରଚିଥିବା ବାତ୍ୟା ଅମ୍ଫାନ ଜନିତ ମୃତ୍ୟୁସଂଖ୍ୟା ୮୦କୁ ବୃଦ୍ଧି ପାଇଛି। ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଘୋଷଣା କରିଛନ୍ତି। ଗତକାଲି ଅମ୍ଫାନ ଯୋଗୁ ପଶ୍ଚିମବଙ୍ଗରେ ମୃତ୍ୟୁସଂଖ୍ୟା ୭୨ ଥିଲା। ତେବେ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରାଯିବା ସହ ମୃତ୍ୟୁସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି।

ଅନ୍ୟପକ୍ଷରେ ଅମ୍ଫାନ ଯୋଗୁ ଛିନଉତ୍ର ହୋଇଯାଇଥିବା ପଶ୍ଚିମବଙ୍ଗର ସ୍ଥିତି ଦେଖିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କୋଲକାତାରେ ପହଞ୍ଚିଛନ୍ତି। ଦିନ ପ୍ରାୟ ୧୧ଟା ବେଳେ ସେ ସ୍ୱତନ୍ତ୍ର ଏୟାର ଇଣ୍ଡିଆ ବିମାନ ଯୋଗେ କୋଲକାତା ଏୟାରପୋର୍ଟରେ ପହଞ୍ଚିଛନ୍ତି। ସେଠାରେ ତାଙ୍କୁ ସ୍ୱାଗତ କରିବା ପାଇଁ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ବହୁ ବରିଷ୍ଠ ଅଧିକାରୀ ରହିଥିଲେ।

କରୋନା ସଂକ୍ରମଣ ଯୋଗୁ ମୋଦିଙ୍କ ସମେତ ମମତା ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ମୁହଁରେ ମାସ୍କ ପିନ୍ଧିଥିଲେ। ସେହିପରି ମୋଦି ସାମାଜିକ ଦୂରତା ରକ୍ଷା କରି ସମସ୍ତଙ୍କ ନମସ୍କାର ଗ୍ରହଣ କରିବା ସହ ପ୍ରତି ନମସ୍କାର କରିଥିଲେ।

କୋଲକାତା ଏୟାରପୋର୍ଟରୁ ହେଲିକପ୍ଟର ଯୋଗେ ମୋଦି ପଶ୍ଚିମବଙ୍ଗରେ ଅମ୍ଫାନ ଯୋଗୁ କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିବେ। ଏହି ସମୟରେ ତାଙ୍କ ସହ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିଓ ରହିବେ। ସେହିପରି ଓଡ଼ିଶାରେ ସ୍ଥିତି ସମୀକ୍ଷା କରିବା ବେଳେ ମୋଦିଙ୍କ ସହ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଉପସ୍ଥିତ ରହିବେ।

ପଶ୍ଚିମବଙ୍ଗରେ ବାତ୍ୟା ଅଞ୍ଚଳ ବୁଲି  ଦେଖିବା ପରେ ମୋଦି ଏୟାରପୋର୍ଟରେ ବରିଷ୍ଠ ଅଧିକାରୀଙ୍କ ସହ ସ୍ଥିତିର ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି। ସେଠାରୁ ବିମାନ ଯୋଗେ ମୋଦି ଭୁବନେଶ୍ୱର ଆସିବେ। ଏୟାରପୋର୍ଟରୁ ହେଲିକପ୍ଟର ଯୋଗେ ଓଡ଼ିଶାରେ ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ବୁଲିବାର କାର୍ଯ୍ୟକ୍ରମ ରହିଛି। ସନ୍ଧ୍ୟାରେ ଦିଲ୍ଲୀ ଫେରିବା ପରେ ମୋଦି ଦୁଇ ରାଜ୍ୟ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିପାରନ୍ତି।

ମଙ୍ଗଳବାର ଠାରୁ ଓଡ଼ିଶାରେ ତାଉ ଦେଖାଉଥିବା ବାତ୍ୟା ଅମ୍ଫାନ ବୁଧବାର ସନ୍ଧ୍ୟାରେ ପଶ୍ଚିମବଙ୍ଗର ସୁନ୍ଦରବନରେ ଲ୍ୟାଣ୍ଡଫଲ କରିଥିଲା। ଏହି ସମୟରେ ପବନର ବେଗ ପ୍ରାୟ ୧୮୦ କିମି ରହିଥିଲା। ଦୀର୍ଘ ୬ ଘଣ୍ଟା କାଳ ପଶ୍ଚିମବଙ୍ଗରେ ତାଣ୍ଡବ ରଚିବା ସହ ଖଣ୍ଡ ପ୍ରଳୟ କରିଛି ଅମ୍ଫାନ।

ହଜାର ହଜାର ଘର ଠାରୁ ଆରମ୍ଭ କରି ଗଛ ଓ ବିଦ୍ୟୁତ ଖୁଣ୍ଟ ମାଟିରେ ମିଶି ଯାଇଛି। ଏଯାଏ ୮୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଗକୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବାତ୍ୟା ସର୍ବନାଶ କରି ଦେଇଥିବା କହିଛନ୍ତି।

କ୍ଷୟକ୍ଷତି ଆକଳନ ପାଇଁ ପ୍ରାୟ ଗୋଟିଏ ସପ୍ତାହ ଲାଗିବ ଓ ଉଦ୍ଧାର କାର୍ଯ୍ୟ ଜୋରଦାର ଚାଲିଥିବା ସେ କହିଛନ୍ତି। ପ୍ରାଥମିକ ଆକଳନ ଅନୁଯାୟୀ, ବାତ୍ୟା ଯୋଗୁ ପଶ୍ଚିମବଙ୍ଗର ପ୍ରାୟ ୧ ଲକ୍ଷ କୋଟି ଟଙ୍କା କ୍ଷତି ହୋଇଥିବା କୁହାଯାଉଛି।



from Odisha Reporter https://ift.tt/2znWSd5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages