ନୂଆଦିଲ୍ଲୀ: ଦୁଇଟି ପୃଥକ ସ୍ଥାନରେ ଘଟିଥିବା ଦୁର୍ଘଟଣାରେ ଦୁଇ ଜଣ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଗୋଟିଏ ଘଟଣା ହରିଆଣାରେ ଘଟିଥିବା ବେଳେ ଅନ୍ୟଟି ଘଟିଛି ଉତ୍ତର ପ୍ରଦେଶରେ।
ଆଜି ସକାଳେ ହରିଆଣାର ଅମ୍ବାଲାରେ ଜଣେ ପ୍ରବାସୀ ଶ୍ରମିକଙ୍କ ଉପରେ କାର୍ ଚଢ଼ି ଯାଇଥିଲା। ସେ ବିହାର ବାସିନ୍ଦା ଥିଲେ। ଏହି ଦୁର୍ଘଟଣାରେ ଅନ୍ୟ ଜଣେ ଆହତ ହୋଇଛନ୍ତି। ଏ ଦୁଇ ଜଣ ଚାଲି ଚାଲି ଯାଉଥିବା ବେଳେ କାର୍ଟି ସେମାନଙ୍କୁ ଧକ୍କା ଦେଇଥିଲା। ଡ୍ରାଇଭ ଫେରାର ହୋଇଯାଇଥିବା ବେଳେ କାର୍ଟିକୁ ପୁଲିସ୍ ଜବତ କରିଛି।
ସେହିପରି ଗତକାଲି ସନ୍ଧ୍ୟାରେ ଉତ୍ତର ପ୍ରଦେଶର ରାଏବରେଲିରେ କାର୍ ଧକ୍କାରେ ଜଣେ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ଶିବ କୁମାର ଦାସ। ସେ ବି ବିହାରର ବାସିନ୍ଦା ଥିଲେ। ତାଙ୍କୁ ମାତ୍ର ୨୫ ବର୍ଷ ହୋଇଥିଲା। ଲକ୍ଡାଉନ୍ ଯୋଗୁ ସେ ପଶ୍ଚିମ ଉତ୍ତର ପ୍ରଦେଶର ବୁଲନ୍ଦଶହରରୁ ସାଇକେଲ୍ ଯୋଗେ ଆଉ କିଛି ଲୋକଙ୍କ ସହିତ ନିଜ ଗାଁକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା।
from Odisha Reporter https://ift.tt/2yCFjWp
No comments:
Post a Comment